ହରିରାଜପୁର ଦୋଳ ମେଳଣ

ଓଡ଼ିଶା ଦୋଳମେଳଣ ଇତିହାସରେ ପୁରୀ ଜିଲା ଡେଲାଙ୍ଗ ବ୍ଲକ ଅଧୀନ ହରିରାଜପୁର ପଞ୍ଚଦୋଳ ମେଳଣର ଆକର୍ଷଣୀୟ ଆତସବାଜି ପାଇଁ ସ୍ବତନ୍ତ୍ର ପରିଚୟ ରହିଛି। ମେଳଣର ସ୍ଥାନାଧିପତି ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ନିକଟରେ ଶ୍ରଦ୍ଧାଳୁମାନେ ମାନସିକ ପୂରଣ ନିମନ୍ତେ ବାଣ ଫୁଟାଇବା ପାଇଁ ଏଠାକୁ ଆସିଥାନ୍ତି। ଜନସୃତିରୁ ଜଣାପଡ଼େ ଗଜପତି ମହାରାଜ ପ୍ରତାପରୁଦ୍ର ଦେବଙ୍କ ସମୟରୁ ବାବା ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ମନ୍ଦିର ନିର୍ମାଣ ହୋଇଥିବା ବେଳେ ସେବେଠାରୁ ହରିରାଜପୁର ମେଳଣ ଆରମ୍ଭ ହୋଇଥିଲା।

ମେଳଣ ଆରମ୍ଭର ଇତିହାସ- ଜନସୃତି ଅନୁଯାୟୀ ଗଜପତି ମହାରାଜା ନରସିଂହ ଦେବଙ୍କ ରାଜତ୍ୱ ସମୟରେ ୧୬୩୬ ମସିହା ଚୈତ୍ର ମାସ ଶୁକ୍ଲପକ୍ଷରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବସନ୍ତରାସ(ନୂତନ ରଥଯାତ୍ରା) ଅନୁଷ୍ଠିତ ହୋଇଥିଲା। ସେତେବେଳେ ହରିରାଜପୁର ଗ୍ରାମର ବାବାଜି ଗୋବର୍ଦ୍ଧନ ଦାଶ ଓ ନିତେଇ ସାହୁ(ଖରୁଡ଼ା) ପୁରୀରୁ ବସନ୍ତରାସ, ରଥଯାତ୍ରା ଦେଖି ଫେରିବା ବାଟରେ ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ପୁରୀ ରଥଯାତ୍ରା ପରି ପଞ୍ଚଦୋଳ ମେଳଣ କରିବା ପାଇଁ ମନସ୍ଥ କରିଥିଲେ। ଗ୍ରାମର ମୁଖିଆମାନଙ୍କୁ ଡାକି ଏବଂ ଗୋବର୍ଦ୍ଧନ ଓ ନିତେଇ ତାଙ୍କ ପାଖରେ ଥିବା ଏକ ଟଙ୍କା ଚାରିଅଣା ପଇସାରେ ଛୋଟ ଛୋଟ ଆଟିକା କିଣି ଗ୍ରାମକୁ ଫେରିଥିଲେ। ଆଟିକାଗୁଡିକୁ ହରିରାଜପୁର ଗ୍ରାମର ସମସ୍ତଙ୍କ ଘରେ ଦେଇଥିଲେ ଓ ପ୍ରତିଦିନ ଗ୍ରାମବାସୀ ରୋଷେଇ କରିବା ପୂର୍ବରୁ ଉକ୍ତ ଆଟିକାରେ ମୁଠାଏ ଲେଖାଏ ଚାଉଳ ପକାଇବାକୁ ଅନୁରୋଧ କରିଥିଲେ। ଗ୍ରାମବାସୀଙ୍କଠାରୁ ସଂଗୃହୀତ ଏହି ମୁଠିଚାଉଳକୁ ବିକି ଯେଉଁ ଅର୍ଥ ବା ଟଙ୍କା ସଂଗ୍ରହ ହୋଇଥିଲା ସେହି ଟଙ୍କାରେ ୧୬୩୭ ଚୈତ୍ର କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ପଞ୍ଚଦୋଳ ମେଳଣ ଆରମ୍ଭ ହୋଇଥିବା ଜଣାଯାଏ। ଏହି ପଞ୍ଚଦୋଳ ମେଳଣରେ ହରିରାଜପୁରର ଚାରି ପାଖେ ରହିଥିବା ରାଜ ପ୍ରତିଷ୍ଠିତ ଠାକୁର ଯଥା ହରିରାଜପୁରର ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବ, ବୁଢ଼ାପଡାର ଶ୍ରୀ ଶ୍ରୀ ସୋମନାଥ ଦେବ, ଭସରର ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଦେବ, କନ୍ତିଆର ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ଦେବ ଏବଂ ଛଣଘରର ଶ୍ରୀ ଶ୍ରୀ ଗତିଶ୍ୱର ଦେବଙ୍କୁ ନେଇ ପ୍ରଥମେ ଏଠାରେ ପଞ୍ଚଦୋଳ ମେଳଣ ଆରମ୍ଭ ହୋଇଥିଲା। କାଳକ୍ରମେ ଏହି ମେଳଣରେ ହରିରାଜପୁର ନିକଟବର୍ତ୍ତୀ ଅଞ୍ଚଳର ୭୭ ଗ୍ରାମର ଠାକୁର ପଞ୍ଚଦୋଳ ମେଳଣରେ ସାମିଲ ହେଲେ। ଏହି ମେଳଣର ଠାକୁର ଜମିଲା ରାତିରେ ମେଳଣର ସ୍ଥାନାଧିପତି ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ବିଜେ ପ୍ରତିମା ମଧ୍ୟରାତ୍ରିରେ ମନ୍ଦିରରୁ ବାହାରି ଏକ ସୁସଜ୍ଜିତ ବିମାନରେ ବିରାଜିତ ହୋଇ ପଶ୍ଚିମଦ୍ୱାର ଦେଇ ମେଳଣ ପଡିଆ ଅଭିମୁଖେ ବାହାରନ୍ତି। ଠାକୁର ଜମାଣ ରାତିରେ ମାନସିକଧାରୀ ଭକ୍ତମାନଙ୍କ ପକ୍ଷରୁ ରାତି ତମାମ ଆତସବାଜି ପ୍ରଦର୍ଶନ କରାଯାଇଥାଏ। ଆତସବାଜି ଦେଖିବା ପାଇଁ ମେଳଣ ପଡିଆରେ ଲକ୍ଷଧିକ ଲୋକଙ୍କ ସମାଗମ ହୋଇଥାଏ। ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ବିଜେ ପ୍ରତିମା ବିରାଟ ପଟୁଆରରେ ବିମାନରେ ଯାଇ ଜମିଲା ରାତିର ଭୋରୁ ଭୋରୁ ମେଳଣ ପଡିଆରେ ପହଞ୍ଚତ୍ଥାନ୍ତି। ଠାକୁରଙ୍କ ଜମିଲା ରାତିରେ ସୋମନାଥ ଦେବଙ୍କ ନିକଟରେ ପାଚିଲା ପଣସ ଭୋଗ ଲାଗି ହେବାର ଏକ ଅନନ୍ୟ ପରମ୍ପରା ରହିଛି । ଠାକୁରଙ୍କର ସ୍ବତନ୍ତ୍ର ପୂଜା ନୀତି ସହ ହୋମ ଅନୁଷ୍ଠିତ ହୋଇଥାଏ। ପରେ ଅଧରପଣା ଭୋଗ ଲାଗି ହେବା ଏବଂ ଅଧରପଣାକୁ ମେଳଣ ପଡିଆ ବାହାରେ ଅଭ୍ୟାଗତ ଦିଆଯାଇଥାଏ। ପ୍ରତି ବର୍ଷ ମେଳଣ ପରିଚାଳନା ପରିଷଦ ଏବଂ ହରିରାଜପୁର ଗ୍ରାମବାସୀଙ୍କ ପକ୍ଷରୁ ଏହି ମେଳଣ କାର୍ଯ୍ୟ ହୋଇଆସୁଛି।

-ରବୀନ୍ଦ୍ରନାଥ ମହାକୁଡ଼


Enter your email to get our daily news in your inbox.

All Right Reserved By Dharitri.Com

୫୦୬ ବର୍ଷ ପୁରୁଣା ମାରାତ୍ମକ ମହାମାରୀ, ରାସ୍ତା ଉପରେ ନାଚି ନାଚି ୪୦୦ ଲୋକଙ୍କର ହୋଇଥିଲା ମୃତ୍ୟୁ

ଷ୍ଟାର୍ସବର୍ଗ: ଇତିହାସରେ ଏପରି ଅନେକ ଘଟଣା ଘଟିଛି ଯାହା ଆଜି ବି ଲୋକମାନେ ମନେ ପକାଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆଜି ଆମେ ଏପରି ଏକ...

ଲଣ୍ଡନରେ ଲୋକଙ୍କ ପାଟିରୁ ଲାଳ ଗଡାଉଛି କୋଲକାତାର ‘ଝାଲମୁଢି’, ଇଂରାଜୀ ବାବୁଙ୍କ ଠେଲାକୁ ନେଇ ହେଉଛି ଚର୍ଚ୍ଚା

ଲଣ୍ଡନ,୨୧।୧୧: ଆମେ ଖାଦ୍ୟ ବିଷୟରେ ଆଲୋଚନା କରିବା ବେଳେ କେହି କେବେ କୋଲକାତାକୁ ଭୁଲି ପାରନ୍ତି ନାହିଁ ବୋଲି କହାଯାଏ। ପଶ୍ଚିମବଙ୍ଗରେ ବିଭିନ୍ନ ପ୍ରକାରର ଖାଦ୍ୟ...

ବରୁଣେଇ ପାହାଡ଼ରେ ଲାଗିଲା ନିଆଁ

ଖୋର୍ଦ୍ଧା,୨୦ା୧୧(ପ୍ରଭାତ ପାଣିଗ୍ରାହୀ): ବୁଧବାର ପୁଣି ବରୁଣେଇ ପାହାଡ଼ରେ ନିଆଁ ଲାଗିଛି। ତେବେ ଏହି ନିଆଁ କିଭଳି ଲାଗିଲା ସେ ବିଷୟରେ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ଏହି...

କୁରକୁରେ ଦେବି କହି ଭାଣିଜୀଙ୍କୁ ବଳାତ୍କାର କଲେ ମାମୁ: ଆଇସିୟୁରେ ନିରୀହ ନାବାଳିକା, ଆଉ ମାମୁ….

ବାରଙ୍ଗ,୨୦।୧୧(ଲିଙ୍ଗରାଜ ରାଉତ): ଖୋର୍ଦ୍ଧା ଜିଲା ବାରଙ୍ଗ ଅଞ୍ଚଳରେ ୬ ବର୍ଷର ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ୬ ବର୍ଷ ଝିଅକୁ ବଳାତ୍କାର କରାଯାଇଥିବା ନେଇ ବାରଙ୍ଗ...

ଭିଣୋଇଙ୍କ ସହ ଥିଲା ଅନୈତିକ ସମ୍ପର୍କ, ବିବାହ ମଣ୍ଡପରେ କନ୍ୟାଙ୍କ ଭିଡିଓ ଚଲାଇଦେଲେ ବର, ତା’ପରେ…

ବିବାହ ମଣ୍ଡପରେ କନ୍ୟାର କାରନାମା ଭିଡିଓ ମାଧ୍ୟମରେ ଦେଖାଯାଏ, ତେବେ କ’ଣ ହେବ? ଚାଇନାର ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବର...

ଶିଶୁ ହସିଲେ ଦୁନିଆ ହସିବ

ଆଜିର ଶିଶୁ ଭବିଷ୍ୟତର ନାଗରିକ ଓ ସେହି କ୍ରମରେ ଆଜିର ଶିଶୁଟିଏ ହସିଲେ ନିଶ୍ଚୟ ଆସନ୍ତାକାଲି ଦେଶ ହସିବ। ତେଣୁ ଦେଶରେ ଶିଶୁଟିଏ ସୁରକ୍ଷିତ ଭାବରେ...

ପଲ୍‌ସର୍‌ରେ ଆସିଲେ, ବ୍ଲାଙ୍କ୍‌ ଫାୟାରିଂ କରି କାର୍‌ରୁ ୮.୩୦ ଲକ୍ଷ ଲୁଟିନେଲେ

ବାଣପୁର,୧୯ା୧୧(ଦିଲୀପ କୁମାର ସ୍ବାଇଁ): ବାଣପୁର ଥାନା ଅଞ୍ଚଳରେ ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ମଙ୍ଗଳବାର ସନ୍ଧ୍ୟାରେ ୧୬ ନମ୍ବର ଜାତୀୟ ରାଜପଥର ବାଣପୁର ଓଭରବ୍ରିଜ ନିକଟରେ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri