କରାଚୀ,୨୨।୨: ବିଭିନ୍ନ କାରଣ ଯୋଗୁ ଚଳିତ ପାକିସ୍ତାନ ସୁପର ଲିଗ୍ (ଆଇଏସ୍ଏଲ୍) ବିବାଦରେ ଘେରି ହୋଇ ରହିଛି। ବ୍ୟକ୍ତିଗତ କାରଣ ଯୋଗୁ ବିଦେଶୀ ଖେଳାଳି ଆଲେକ୍ସ ହେଲ୍ସ ଓ ପଲ ଷ୍ଟ୍ରିଲିଙ୍ଗ୍ ଲିଗ୍ରୁ ଓହରିବା ପରେ ଅଷ୍ଟ୍ରେଲିଆନ ଅଲରାଉଣ୍ଡର ଜେମ୍ସ ଫକନର ପିସିବି ସହ ଆର୍ଥିକ ବାବଦ ପରେ ସ୍ବଦେଶ ଫେରି ଯାଇଥିଲେ। ସୋମବାର ଖେଳାଯାଇଥିବା ଆଇଏସ୍ଏଲ ମ୍ୟାଚ୍ରେ କ୍ୟାଚ୍ ଛାଡ଼ିବାକୁ ନେଇ ସାଥି ଖେଳାଳି କମରାନ ଘୁଲାମଙ୍କୁ ଚାପୁଡ଼ା ମାରିଛନ୍ତି ପେସର ହାରିସ ରଫ।
Wreck-it-Rauf gets Haris! #HBLPSL7 l #LevelHai l #LQvPZ pic.twitter.com/wwczV5GliZ
— PakistanSuperLeague (@thePSLt20) February 21, 2022
ଲାହୋର କଲାଣ୍ଡର୍ସ ବିପକ୍ଷ ମ୍ୟାଚ୍ର ଦ୍ୱିତୀୟ ଓଭରରେ ହାଜରୁତୁଲା ଜଜାଇଙ୍କ ଉଇକେଟ ନେଇଥିଲେ ପେଶାଓ୍ବର ଜାଲମିର ହାରିସ ରଫ। ଏହାପରେ ସମସ୍ତ ଖେଳାଳି ଉଲ୍ଲସିତ ହୋଇ ହାତ ମିଳାଇଥିଲେ। କିନ୍ତୁ ରଫ ସାଥି ଖେଳାଳି ଘୁଲାମଙ୍କୁ ଚାପୁଡ଼ା ମାରିଥିଲେ। ଏହି ଘଟଣା ପରେ ମଧ୍ୟ ଘୁଲାମ ହସୁଥିବା ଦେଖିବାକୁ ମିଳିଥିଲା। ଇନିଂସର ୧୭ତମ ଓଭରରେ ଲାହୋର ଅଧିନାୟକ ଓ୍ବାହାବ ରିଆଜଙ୍କୁ ଚମତ୍କାର ଭାବେ ଘୁଲାମ ରନ୍ ଆଉଟ୍ କରିଥିଲେ। ଏଥର ତାଙ୍କୁ କୁଣ୍ଢେଇ ନେଇଥିଲେ ରଫ। ତେବେ ଏଥିଲାଗି ତାଙ୍କୁ ଦଣ୍ଡିତ କରାଯାଇ ନାହିଁ।