ଚଣ୍ଡିଗଡ଼,୨୨ ।୧୦: ରାଜସ୍ଥାନର କ୍ୟାବିନେଟ ମନ୍ତ୍ରୀ ହରିଶ ଚୌଧୁରୀଙ୍କୁ ପଞ୍ଜାବ ଓ ଚଣ୍ଡିଗଡ ପାଇଁ କଂଗ୍ରେସ ଦଳର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ସେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ସ୍ଥାନରେ କାର୍ଯ୍ୟଭାର ସମ୍ଭାଳିବେ । ରାୱତଙ୍କୁ ଅଖିଳ ଭାରତୀୟ କଂଗ୍ରେସ କମିଟିର ମହାସଚିବ ଓ ପ୍ରଭାରୀ ପଦରୁ ମୁକ୍ତ କରାଯାଇଛି । ସେ କେବଳ କଂଗ୍ରେସ କାର୍ଯ୍ୟ ସମିତିର ସଦସ୍ୟ ହୋଇ ରହିବେ । ବରିଷ୍ଠ କଂଗ୍ରେସ ନେତା କେସି ବେନୁଗୋପାଳଙ୍କ ବୟାନ ଅନୁଯାୟୀ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ହରିଶ ଚୌଧୁରୀଙ୍କୁ ପଞ୍ଜାବ ପ୍ରଭାରୀ ଭାବେ ନିଯୁକ୍ତ କରିଛନ୍ତି । ଦଳର ମହାସଚିବ ଭାବେ ବେନୁଗୋପାଳ ରାୱତଙ୍କ କାର୍ଯ୍ୟର ପ୍ରଶଂସା କରିଛନ୍ତି । କିଛିଦିନ ହେବ ପଞ୍ଜାବ କଂଗ୍ରେସରେ ଲାଗି ରହିଥିବା ଉତ୍ଥାନ ପତନ ଭିତରେ ହରିଶ ରାୱର ଦଳ ସୁପ୍ରିମୋଙ୍କୁ କହିଥିଲେ ତାଙ୍କୁ ପ୍ରଭାରୀ ପଦରୁ ମୁକ୍ତ କରାଯାଇ । କାରଣ ଆସନ୍ତା ବର୍ଷ ଉତ୍ତରାଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସେ ଯୋଗଦେଇ ପାରିବେ ଓ ତାଙ୍କର ଗୃହ ପ୍ରବେଶ ହୋଇ ପାରିବ ।