Categories: ଜାତୀୟ

କ୍ୟାପଟେନଙ୍କୁ ଟାର୍ଗେଟ କଲେ ରାୱତ

ଚଣ୍ଡିଗଡ଼,୧ ।୧୦: ତୁଟୁନି ପଞ୍ଜାବ କଂଗ୍ରେସର କଳହ । ପଞ୍ଜାବର କଂଗ୍ରେସ ପ୍ରଭାରି ହରିଶ ରାୱତ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କ୍ୟାପଟେନ କୃଷକ ବିରୋଧି ଭାରତୀୟ ଜନତା ପାର୍ଟି(ଭାଜପା)ର ସହାୟକ ନ ହୁଅନ୍ତୁ । ରାୱତ କହିଛନ୍ତି ନିକଟରେ କ୍ୟାପଟେନଙ୍କର ବୟାନ ଏପରି ଥିଲା ଯେମିତି ସେ କୌଣସି ଚାପରେ ଅଛନ୍ତି । ବର୍ତ୍ତମାନ ସମୟ ସୋନିଆ ଗାନ୍ଧୀଙ୍କ ସହ ଏକାଠି ଠିଆ ହେବାର । ତେବେ କ୍ୟାପଟେନ ଯେଉଁ ଅଭିଯୋଗ ଆଣିଥିଲେ କି ପଞ୍ଜାବ କଂଗ୍ରେସ ଦ୍ୱାରା ତାଙ୍କର ଅପମାନ କରାଯାଇଛି ଏହି ରିପୋର୍ଟରେ କୌଣସି ସତ୍ୟତା ନାହିଁ । ବିଧାୟକ ଦଳର ବୈଠକ ଜାଣିଶୁଣି ଡକାଯାଇଥିଲା । ହେଲେ କ୍ୟାପଟେନ ଏହି ବୈଠକକୁ ଆସିଲେ ନାହିଁ । କଂଗ୍ରେସ ଦଳ ଏପର୍ଯ୍ୟନ୍ତ ଯାହା ବି କରିଛି ତାହା କ୍ୟାପଟେନ ଅମରିନ୍ଦର ସିଂଙ୍କ ସମ୍ମାନ ପାଇଁ ଓ ୨୦୨୨ ବିଧାନସଭା ନିର୍ବାଚନରେ ଦଳର ସମ୍ଭାବନାକୁ ବୃଦ୍ଧି କରିବା ପାଇଁ ।

Share