Categories: ଜାତୀୟ

ରାହୁଲ ଗାନ୍ଧୀଙ୍କୁ ଭେଟିଲେ ହରିଶ ରାୱତ: ଛାଡି ପାରନ୍ତି ଅଧ୍ୟକ୍ଷ ପଦ

ନୂଆଦିଲ୍ଲୀ,୨୮ ।୮: କଂଗ୍ରେସରେ ପୁଣିଥରେ ହୋଇପାରେ କିଛି ପରିବର୍ତ୍ତନ । ଦୁଇ ରାଜ୍ୟର ଚାପକୁ ସାମ୍ନା କରୁଥିବା ହରିଶ ରାୱତ ଶନିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି । କୁହାଯାଉଛି କି ପଞ୍ଜାବରେ ରାଜନୈତିକ ସଙ୍କଟ ମଧ୍ୟରେ ରାୱତ ଉତ୍ତରାଖଣ୍ଡରେ ଆଗାମି ବର୍ଷ ହେବାକୁ ଥିବା ନିର୍ବାଚନକୁ ନେଇ ଚିନ୍ତାରେ ଅଛନ୍ତି । ସେ ଶୁକ୍ରବାର ଦଳର ଅସ୍ଥାୟୀ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟି ନିଜ ପଦରୁ ମୁକ୍ତି ହେବା ପାଇଁ ପ୍ରସ୍ତାବ ଦେଇଥିଲେ । ରାୱତ କହିଛନ୍ତି ମୁଁ ନିଶ୍ଚିତ ଭାବେ ସମୟ ବାହାର କରି ଦଳର ହାଇକମାଣ୍ଡ ଦେଇଥିବା ଦାୟିତ୍ୱକୁ ପୂର୍ଣ୍ଣ କରିବାକୁ ଚେଷ୍ଟା କରିବି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ରାଜ୍ୟରେ କଂଗ୍ରେସ ପ୍ରଚାର ସମିତିର ଅଧ୍ୟକ୍ଷ ରହିଛନ୍ତି । ସେ ରାହୁଲ ଗାନ୍ଧୀଙ୍କୁ କହିଛନ୍ତି ଯେ ସେ ପାହାଡି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ଉପରେ ଧ୍ୟାନ ଦେବାକୁ ଚାହାଁନ୍ତି ।

Share