Categories: ଜାତୀୟ

ଜଣେ ଦଳିତଙ୍କୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛି: ହରିଶ ରାୱତ

ଡେରାଡୁନ,୨୧ ।୯: ଉତ୍ତରାଖଣ୍ଡରେ କଂଗ୍ରେସର ପ୍ରଚାର ଅଭିଯାନ ପ୍ରଭାରୀ ହରିଶ ରାୱତ କହିଛନ୍ତି ଜଣେ ଦଳିତଙ୍କୁ ସେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଆସନରେ ଦେଖିବାକୁ ଚାହୁଁଛନ୍ତି । ଏହାକୁ ଲକ୍ଷ୍ୟ ରଖି ତାଙ୍କ ଦଳ କାମ କରୁଛି ବୋଲି ସେ କହିଛନ୍ତି । ଦଳର ପରିବର୍ତ୍ତନ ଯାତ୍ରା ସମୟରେ ହରିଦ୍ୱାରର ଲସକରରେ ଏକ ଜନସଭାକୁ ଉଦ୍‌ବୋଧନ ଦେବା ସମୟରେ ରାୱତ କହିଛନ୍ତି କଂଗ୍ରେସ ପଞ୍ଜାବରେ ଜଣେ ଦଳିତଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛି । ଆଜୀବନ ଗୋବରରେ କାମ କରୁଥିବା ଜଣେ ମହିଳାଙ୍କ ପୁଅକୁ ମୁଖ୍ୟମନ୍ତ୍ରୀ ଆସନ ଦେଇ କଂଗ୍ରେସ କେବଳ ପଞ୍ଜାବ ନୁହେଁ ବରଂ ସମଗ୍ର ଉତ୍ତର ଭାରତରେ ଇତିହାସ ରଚିଛି । ରାୱତ କହିଛନ୍ତି ଯେତେବେଳେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ତାଙ୍କ ଗରିବ ପରିବାର ସମ୍ପର୍କରେ କହିଥିଲେ ସେତେବେଳେ ଆମ ଆଖିରେ ଲୁହ ଆସିଯାଇଥିଲା । ତେବେ ଜଣେ ଦଳିତଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ କରିବାରୁ ରାୱତ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଦେଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ କହିଛନ୍ତି ମୁଁ ଭଗବାନ ଓ ଗଙ୍ଗା ମା’ଙ୍କୁ ପାର୍ଥନା କରୁଛି ଉତ୍ତରାଖଣ୍ଡରେ ଜଣେ ଦଳିତ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ।

Share