Categories: ଜାତୀୟ

ଶାହାଙ୍କୁ କଡ଼ା ଜବାବ ଦେଲେ ହରିଶ ରାଓ୍ବତ, ଆବଶ୍ୟକ ପଡିଲେ ସବୁକିଛି କରିପାରିବି

ଡେରାଡୁନ,୧୩।୨: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଫେବୃୟାରୀ ୧୪ରେ ନିର୍ବାଚନ ହେବ। ଏଥିପାଇଁ ପ୍ରଚାର ଶେଷ ହୋଇଛି। କିନ୍ତୁ ଦଳୀୟ ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଚାଲିଛି। ରବିବାର ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ହରିଶ ରାୱତ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କଡା ସମାଲୋଚନା କରିଛନ୍ତି।
ନିକଟରେ ଏକ ନିର୍ବାଚନ ରାଲିରେ ଶାହା କହିଥିଲେ- ବିଚରା ହରିଶ ରାୱତଙ୍କୁ ନେତା କରିବେ… କରିବେ ନାହିଁ .. ଟିକେଟ ଦେବେ, ପୁଣି ଦେବେ ନାହିଁ .. ଏଠାରୁ ଦେବେ ନାହିଁ .. ସେଠାରୁ ଦେବେ … ଆଗକୁ ଆଉ କହିବାକୁ ଚାହୁଁନାହିଁ, ନା ଘରର ନା ଘାଟର ବୋଲି କହିଥିଲେ। ଏହାର ଜବାବରେ ରବିବାର ରାଓ୍ବତ କହିଛନ୍ତି, ଜଣେ ଉତ୍ତରାଖଣ୍ଡ ଲୋକଙ୍କ ଅପବ୍ୟବହାର କରିବାର ଅର୍ଥ କ’ଣ ଅମିତ ଶାହାଜୀ? ତୁମର ଏହି ଶବ୍ଦଗୁଡ଼ିକ ଉତ୍ତରାଖଣ୍ଡ ଭାଜପାର ଖରାପ ଚିନ୍ତାଧାରାକୁ ଦର୍ଶାଇଛି। ମୁଁ ଭଗବାନ ଭୈରବଙ୍କର ଜଣେ ଭକ୍ତ ଏବଂ ଉତ୍ତରାଖଣ୍ଡର ସୁରକ୍ଷା ପାଇଁ ଯାହା କରିବାକୁ ପଡିବ ତାହା କରିବି। ଏପରିକି ଯଦି ଭୁକିବାକୁ ପଡେ ଭୁକିବି, କହିବାକୁ ପଡିବ ତ କହିବି ଏବଂ କାଟିବାକୁ ପଡିବ ତ କାଟିବି ବୋଲି ସେ କହିଛନ୍ତି।

Share