Categories: ଜାତୀୟ

ରାମନଗରରୁ ନିର୍ବାଚନ ଲଢିବେ ହରିଶ ରାୱତ

ଡେରାଡୁନ,୨୫ ।୧: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ତା’ର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ପତ୍ରରେ ୧୧ ଜଣଙ୍କ ନାମ ଘୋଷଣା କରିଛି । ଏଥିରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ରାମନଗର ଆସନରୁ ନିର୍ବାଚନ ଲଢିବେ ବୋଲି ଜଣାପଡିଛି । ଏହା ପୂର୍ବରୁ ଶନିବାର ମଧ୍ୟ କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ୬୪ ଜଣଙ୍କ ନାମ ଘୋଷଣା କରିଥିଲା । ସୂଚନାଯୋଗ୍ୟ, ରାଜ୍ୟରେ ୧୪ ଫେବୃୟାରୀରେ ଭୋଟ ଗ୍ରହଣ କରାଯିବ ଓ ଏହାର ଫଳାଫଳ ୧୦ ମାର୍ଚ୍ଚରେ ଆସିବ । ମତଦାନ ତାରିଖ ପାଖେଇ ଆସିଥିବାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ୨୯ ଜାନୁୟାରୀରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଓ ୩୧ ଜାନୁୟାରୀରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବାର କାର୍ଯ୍ୟକ୍ରମ ରହିଛି । ଉତ୍ତରାଖଣ୍ଡ କଂଗ୍ରେସରେ ଭିତିରି କହଳ ଲାଗି ରହିଥିବା ବେଳେ ଏଥର ବିଧାନସଭା ନିର୍ବାଚନ ଉପରେ ଦଳ ଫୋକସ କରିବ ବୋଲି କୁହାଯାଉଛି ।

Share