ପୋଲାଣ୍ଡ ସୀମାକୁ ଫେରିଲେ ୟୁକ୍ରେନ୍ ଗୁଳିମାଡରେ ଆହତ ଭାରତୀୟ ଛାତ୍ର

କ୍ୱିଭ/ନୂଆଦିଲ୍ଲୀ,୭ ।୩: ରୁଷିଆ-ୟୁକ୍ରେନ ଯୁଦ୍ଧରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ତେବେ କିଛିଦିନ ପୂର୍ବରୁ ଭାରତ ଫେରିବାକୁ ଅପେକ୍ଷା ରଖିଥିବା ଜଣେ ମେଡିକାଲ ଛାତ୍ର ୟୁକ୍ରେନରେ ଗୁଳିମାଡର ଶିକାର ହେବା ପରେ ସୋମବାର ତାଙ୍କୁ ଭାରତ ଫେରାଇ ଆଣିବାର ପ୍ରକ୍ରିୟା ଆରମ୍ଭ କରାଯାଇଛି । ସୋମବାର ସକାଳୁ ହରଜୋତ ସିଂ ନାମକ ଉକ୍ତ ଛାତ୍ର ପୋଲାଣ୍ଡ ସୀମାରେ ପହଞ୍ଚିଛନ୍ତି । ପୋଲାଣ୍ଡ ରେଡକ୍ରସ ପକ୍ଷରୁ ଯୋଗାଇ ଦିଆଯାଇଥିବା ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପୋଲାଣ୍ଡ ଅଣାଯାଇଛି । ଇଣ୍ଡିଆନ ୱାର୍ଲଡ ଫୋରମର ପ୍ରେସିଡେଣ୍ଡ ପୁନିତ ସିଂ ଚାନ୍ଦୋକ ଏହି ସୂଚନା ଦେଇଛନ୍ତି । ତେବେ ସେ କେବେ ଭାରତ ଫେରିବେ ସେ ସମ୍ପର୍କରେ କିଛି ଜଣାପଡି ନାହିଁ ।

Share