Categories: ଖେଳ

ଟ୍ରେଣ୍ଟ ରକେଟ୍ସ ପାଇଁ ଖେଳିବେ ହରମନପ୍ରୀତ୍‌

ଲଣ୍ଡନ, ୨୪ା୩: ଦି ହଣ୍ଡ୍ରେଡ୍‌ କ୍ରିକେଟ ଟୁର୍ନାମେଣ୍ଟରେ ଭାରତ ମହିଳା ଦଳର ଅଧିନାୟିକା ହରମନପ୍ରୀତ୍‌ କୌର ଟ୍ରେଣ୍ଟ ରକେଟ୍ସ ଏବଂ ତାଙ୍କ ଡେପୁଟି ସ୍ମୃତି ମନ୍ଧାନା ସଦର୍ନ ବ୍ରେଭ୍‌ ଦଳ ତରଫରୁ ଖେଳିବେ। ଦି ହଣ୍ଡ୍ରେଡ୍‌ ଟୁର୍ନାମେଣ୍ଟ ପାଇଁ ପୁରୁଷ, ମହିଳା ବିଭାଗ ପାଇଁ ଖେଳାଳି ନିଲାମ ହୋଇଥିଲା। ଏଥିରେ ଟ୍ରେଣ୍ଟ ରକେଟ୍ସ ହରମନପ୍ରୀତ୍‌ଙ୍କ ସହ ଚୁକ୍ତି କରିଥିବା ବେଳେ ମନ୍ଧାନା ସଦର୍ନ ବ୍ରେଭ୍‌ରେ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି। ମହିଳା ଖେଳାଳି ନିଲାମ ପ୍ରଥମ ଥର ହୋଇଥିଲା।

ଜଣାଶୁଣା ପୁରୁଷ ଖେଳାଳିଙ୍କ ମଧ୍ୟରେ ପାକିସ୍ତାନର ଶାହିନ୍‌ ଶାହ ଆଫ୍ରିଦୀ ଓ ହାରିସ ରୌଫ୍‌ଙ୍କୁ ଓ୍ବେଲ୍ସ ଫାୟାର ଦଳ କ୍ରୟ କରିଥିବା ବେଳେ ପାକିସ୍ତାନ ଅଧିନାୟକ ବାବର ଆଜାମ ଅଲୋଡା ହୋଇପଡ଼ିଥିଲେ। ଓ୍ବେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ କିରନ ପୋଲାର୍ଡ ଓ ନ୍ୟୁଜିଲାଣ୍ଡ ବାମହାତୀ ପେସ୍‌ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କୁ ମଧ୍ୟ କୌଣସି ଫ୍ରାଞ୍ଚାଇଜ୍‌ କ୍ରୟ କରି ନ ଥିଲେ। ଦି ହଣ୍ଡ୍ରେଡ୍‌ର ୨୦୨୩ ସଂସ୍କରଣ ଅଗଷ୍ଟ ୧ରୁ ଆରମ୍ଭ ହେବ। ଟ୍ରେଣ୍ଟ ରକେଟ୍ସ ବନାମ ସଦର୍ନ ବ୍ରେଭ୍‌ ମ୍ୟାଚ ସହ ପୁରୁଷ ଓ ମହିଳା ପ୍ରତିଯୋଗିତା ଆରମ୍ଭ ହେବ।

Share