Categories: ଖେଳ

ଷ୍ଟମ୍ପ ଭାଙ୍ଗି ଅମ୍ପାୟାରଙ୍କ ସହ କଥା କଟାକଟି…ଭାରତୀୟ ଅଧିନାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଆଇସିସି

ନୂଆଦିଲ୍ଲୀ,୨୬।୭: ନିକଟରେ ଭାରତୀୟ ମହିଳା କ୍ରିକେଟ ଟିମ୍‌ ବାଲାଂଦେଶ ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳିଥିଲା। ଏହି ସିରିଜ ଯେତିକି ରୋମାଞ୍ଚକର ଥିଲା ସେତିକି ଥିଲା ବିବାଦୀୟ। ସିରିଜର ପ୍ରଥମ ଦୁଇ ମ୍ୟାଚ୍‌ରେ ଦଳଦ୍ୱୟ ୧-୧ ମ୍ୟାଚ୍‌ ଜିତିଥିଲେ। ପରେ ୩ୟ ମ୍ୟାଚ୍‌ଟି ଟାଇ ଥିଲା। ଏଣୁ ସିରିଜ ବରାବର ସ୍ଥିତିରେ ସମାପ୍ତ ହୋଇଥିଲା।

ହେଲେ ତୃତୀୟ ମ୍ୟାଚ୍‌ରେ ଏଭଳି କିଛି ଘଟିଥିଲା ଯାହାକୁ ନେଇ ବିବାଦ ଦେଖାଦେଇଛି। ସେଥିରୁ ଗୋଟିଏ ହେଉଛି ଭାରତୀୟ ଅଧିନାୟକ ହରମନପ୍ରିତ କୌରଙ୍କୁ ଏଲ୍‌ବିଡବ୍ଲୁ ଆଉଟ୍‌ ଦେବା। ଏହି ସମୟରେ ସେ ରାଗରେ ଷ୍ଟମ୍ସକୁ ବ୍ୟାଟ୍‌ରେ ପିଟିବା ସହ ଅମ୍ପାୟାରଙ୍କ ସହ କଥା କଟାକଟି କରିଥିଲେ। ଏହାକୁ ନେଇ ଏବେ ଆଇସିସି ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଚରଣକୁ ନେଇ ଦଣ୍ଡସ୍ବରୂପ ହରମନଙ୍କୁ ୨ ମ୍ୟାଚ୍‌ ପାଇଁ ବ୍ୟାନ୍‌ କରିଦିଆଯାଇଛି। ଅର୍ଥାତ ସେ ଆଗାମୀ ଦୁଇ ମ୍ୟାଚ୍‌ ଖେଳି ପାରିବେ ନାହିଁ। ପୂର୍ବରୁ ଏହାକୁ ନେଇ ତାଙ୍କ ମ୍ୟାଚ୍‌ ଫିସ୍‌କୁ ୫୦% ଜରିମାନା ଲଗାଯିବା ସହ ୩ ଡିମେରିଟ୍‌ ପଏଣ୍ଟ ମିଳିଥିଲା।

Share