ସାନିଟାଇଜରରେ କ୍ଷତିକାରକ ମିଥାନଲ୍‌: ଆଖିକୁ କରିଦେବ ନଷ୍ଟ !

ନୂଆଦିଲ୍ଲୀ, ୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ନିୟମିତ ଅନ୍ତରରେ ହାତ ଧୋଇବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ମାସ୍କ୍‌ ପିନ୍ଧିବା ଲାଗି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ହାତ ସଫା ରଖିବା ପାଇଁ ବଜାରରେ ବିଭିନ୍ନ କମ୍ପାନୀର ବହୁ ପ୍ରକାର ସାନିଟାଇଜର ମିଳୁଛି। ତେବେ ଏଥିରେ କ୍ଷତିକାରକ ମିଥାନଲ ରହିଛି। ଏହା ଆଖିରେ ଲାଗିଲେ ଖରାପ ବୋଲି କଞ୍ଜ୍ୟୁମର ଗାଇଡାନ୍ସ୍‌ ସୋସାଇଟି ଅଫ୍‌ ଇଣ୍ଡିଆ ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟରେ ଉଲ୍ଲେଖ ରହିଛି। ସାନିଟାଇଜର ଆଖିକୁ ନଷ୍ଟ କରିଦେବାର ଆଶଙ୍କ ଥିବା ଏଥିରେ ଦର୍ଶାଯାଇଛି। କଞ୍ଜ୍ୟୁମର ଗାଇଡାନ୍ସ୍‌ ସୋସାଇଟି ଅଫ୍‌ ଇଣ୍ଡିଆ ପକ୍ଷରୁ ୧୨୨ଟି ସାନିଟାଇଜରର ନମୁନା ଯାଞ୍ଚ୍‌ କରାଯାଇଥିଲା। ସେଥିମଧ୍ୟରୁ କେତେକରେ ମିଥାନଲ୍‌ ଥିବା ଜଣାପଡ଼ିଛି। ଅଗଷ୍ଟ ୩୧ରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଦେଶର ମୁମ୍ବାଇ ସମେତ ଅନ୍ୟ ସହରରେ ବିକ୍ରି ହେଉଥିବା ସାନିଟାଇଜରରେ ଏଭଳି କ୍ଷତିକାରକ ତତ୍ତ୍ୱ ଥିବା ରିପୋର୍ଟ ଦର୍ଶାଯାଇଛି। ତେବେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ସାବୁନରେ ହାତ ଧୋଇବା ସୁରକ୍ଷିତ ବୋଲି ରିପୋର୍ଟରେ କୁହାଯାଇଛି।

Share