Categories: ଜାତୀୟ

ଭାରତକୁ ଆସିବ ହାର୍ପୁନ ମିଶାଇଲ

ନୂଆଦିଲ୍ଲୀ, ୪ା୮: ଭାରତକୁ ଆମେରିକା ବିଶ୍ୱର ସବୁଠୁ ସଫଳ ଆଣ୍ଟାଇ-ଶିପ୍‌ ହାର୍ପୁନ ମିଶାଇଲ ଦେବ। ଏଥିପାଇଁ ଭାରତ ସହ ୮୨ ମିଲିୟନ ଡଲାର (ପ୍ରାୟ ୬୦୮ କୋଟି ଟଙ୍କା)ର ଚୁକ୍ତିକୁ ଆମେରିକା ମଞ୍ଜୁରୀ ଦେଇଛି। ଏହା ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ସହ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବ ବୋଲି ଆମେରିକା କହିଛି। ପେଣ୍ଟାଗନ୍‌ ପ୍ରତିରକ୍ଷା ସୁରକ୍ଷା ସହଯୋଗ ଏଜେନ୍ସି (ଡିଏସ୍‌ସିଏ) ଭାରତକୁ ମିଶାଇଲ ବିକ୍ରୟ ନେଇ ଆମେରିକା କଂଗ୍ରେସକୁ ପ୍ରମାଣପତ୍ର ପ୍ରଦାନ କରିଛି। ଭାରତ ହାର୍ପୁନ ଜଏଣ୍ଟ ମିଶାଇଲ କମନ୍‌ ଟେଷ୍ଟ (ଜେସିଟିଏସ୍‌) କିଣିବାକୁ ଅନୁରୋଧ କରିଥିଲା। ଏଥିସହ ହାର୍ପୁନର ରକ୍ଷଣାବେକ୍ଷଣ ପାଇଁ ଏକ ଷ୍ଟେଶନ, ବିଭିନ୍ନ ପାର୍ଟସ୍‌, ପରୀକ୍ଷା ଉପକରଣ, ବୈଷୟିକ ସହଯୋଗ, କର୍ମଚାରୀଙ୍କୁ ତାଲିମ, ସହାୟତା ସେବା ପାଇଁ ମଧ୍ୟ ଭାରତ ସରକାର ଆମେରିକାକୁ କହିଥିଲେ।

Share