ଅଭିନେତା ମିଚେଲ୍‌ ଗାମ୍ବୋନ୍‌ଙ୍କ ପରଲୋକ

ନୂଆଦିଲ୍ଲୀ,୨୮ା୯: ବର୍ଷୀୟାନ ଅଭିନେତା ମିଚେଲ୍‌ ଗାମ୍ବୋନ୍‌ଙ୍କ ଗୁରୁବାର ପରଲୋକ ହୋଇଯାଇଛି। ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ସେ କିଛି ଦିନ ହେଲା ନିମୋନିଆରେ ଆକ୍ରାନ୍ତ ଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି। ମୃତ୍ୟୁଶଯ୍ୟା ନିକଟରେ ସ୍ତ୍ରୀ ଆନି ଏବଂ ପୁଅ ଫେର୍‌ଗସ ଉପସ୍ଥିତ ରହିଥିଲେ। ୮ ‘ହାରି ପୋଟର’ ଫିଲ୍ମ ମଧ୍ୟରୁ ୬ଟିରେ ହଗ୍‌ଓ୍ବାଟର୍‌ସ ପ୍ରଧାନଶିକ୍ଷକ ଆଲବସ୍‌ ଡୁମ୍ବ୍ଲେଡୋରଙ୍କ ଭୂମିକାରେ ମିଚେଲ ଅଭିନୟ କରିଥିଲେ।

Share