ସଞ୍ଜିବନୀ ଭଳି କାମ କରିବ କରୋନା ଭ୍ୟାକ୍ସିନ: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୬ ।୧: ସାରା ଦେଶରେ ଶନିବାର କରୋନା ମାହାମାରୀ ବିରୋଧରେ ଭ୍ୟାକ୍ସିନେଶନ ବା ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଶୁଭାରମ୍ଭ କରିଥିଲେ । ଏହାପରେ କରୋନା ଭ୍ୟାକ୍ସିନକୁ ନେଇ ଯେଉଁସବୁ ଭୁଲ୍ ତଥ୍ୟ ପ୍ରକାଶ କରାଯାଉଛି ତାକୁ ନେଇ ସେ ଚିନ୍ତା ପ୍ରକଟ କରିଥିଲେ । ମୋଦିଙ୍କ ତରଫରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ କହିଥିଲେ କରୋନା ଟିକା ସଞ୍ଜିବନୀ ଭଳି କାମ କରିବ ଏହାକୁ ଭୟ କରନ୍ତୁ ନାହିଁ । ଏହାସହ କରୋନା ଭ୍ୟାକ୍ସିନକୁ ନେଇ ଯେଉଁ ଭୁଲ ତଥ୍ୟ ପ୍ରଚାର କରାଯାଉଛି ତାହା ଚିନ୍ତାଜନତ ବୋଲି ସେ କହିଥିଲେ । ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ କରୋନା ଯୋଦ୍ଧାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଆଉ ଅନୁରୋଧ କରିଥିଲେ କରୋନା ଟିକାକରଣକୁ ନେଇ ଦେଶବାସୀଙ୍କ ନିକଟରେ ଭଲ ବାର୍ତ୍ତା ପହଞ୍ଚା ଯାଉ । ଏହାର ଫଳ ସ୍ୱରୂପ ଦେଶ କରୋନା ଯୁଦ୍ଧରେ ବିଜୟୀ ହେବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ତଳାମପଦର ଅଞ୍ଚଳରେ କାଳବୈଶାଖୀ ପ୍ରଭାବ: ଉଡ଼ିଗଲା ଆଜବେଷ୍ଟସ୍‌

ଥୁଆମୂଳ ରାମପୁର,୨୩ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ତଳାମପଦର ପଞ୍ଚାୟତର ତଳାମପଦର ଓ ଚୁଲବାଡିରେ କାଳବୈଶାଖିର ପ୍ରଭାବ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ...

ଯୁବକଙ୍କୁ ହତ୍ୟା ଘଟଣା: ଆଉ ଜଣେ ଗିରଫ

ଥୁଆମୂଳ ରାମପୁର,୨୩ା୪ (ଦୁର୍ଗା କୀର୍ତ୍ତି)- ଗତ ଜାନୁଆରୀ ୧୬ରେ ଥୁଆମୂଳ ରାମପୁର ଥାନା ପେଙ୍ଗଢୁସି ଗ୍ରାମଠାରେ ଜଣେ ଯୁବକଙ୍କ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ...

୨୦୦୦ରୁ କଶ୍ମୀରରେ ଘଟିଥିବା ବଡ଼ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୨୨।୪: ୨୦୦୦ରୁ ଜମ୍ମୁ-କଶ୍ମୀରରେ ବିଭିନ୍ନ ସମୟରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରେ ବହୁ ନିରୀହ ଜନସାଧାରଣଙ୍କ ଜୀବନ ଯାଇଛି। ଏଠାରେ କେତୋଟି ବଡ଼ ଆକ୍ରମଣର ତଥ୍ୟ...

ପହଲଗାମ ଆକ୍ରମଣ ଉପରେ ହ୍ୱାଇଟ୍ ହାଉସର ନଜର, ଟ୍ରମ୍ପ କହିଦେଲେ ବଡ କଥା

ନୂଆଦିଲ୍ଲୀ,୨୨।୪: ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଉପରେ ଆମେରିକା ନଜର ରଖିଛି। ହ୍ୱାଇଟ ହାଉସ ପ୍ରେସ ସେକ୍ରେଟାରୀ କାରୋଲାଇନ ଲିଭିଟ କହିଛନ୍ତି, “ରାଷ୍ଟ୍ରପତିଙ୍କୁ ଜାତୀୟ...

ଜମ୍ମୁ-କାଶ୍ମୀର ଆକ୍ରମଣ ପରେ ସାଉଦୀ ଗସ୍ତ ଅଧାରୁ ଫେରିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଯିଏ ଆଜି ପୂର୍ବାହ୍ନରେ ଦୁଇ ଦିନିଆ ଗସ୍ତରେ ସାଉଦୀ ଆରବ ପହଞ୍ଚିଥିଲେ, ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ...

କାଳବୈଶାଖୀ: ଭାଙ୍ଗିଲା ଗଛ, ଉଡିଲା ଟିଣ

ଉମରକୋଟ,୨୨।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ହୋଇଛି। ବର୍ଷା ହୋଇ ନ ଥିଲେ ମଧ୍ୟ ଭୀଷଣ ପବନ...

ପହଲଗାମ ଆକ୍ରମଣ ଉପରେ ଭାରତ ସପକ୍ଷରେ ଟ୍ରମ୍ପଙ୍କ ବଡ ବୟାନ

ନୂଆଦିଲ୍ଲୀ,୨୨।୪: ଯୁକ୍ତରାଷ୍ଟ୍ର ଭାରତ ସହ ଦୃଢ଼ଭାବେ ଛିଡ଼ା ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୋର ଦେଇ କହିଛନ୍ତି, ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ...

ଖୁସି ମୁହୂର୍ତ୍ତର ଭିଡିଓ ଶେୟାର କରିବାର କିଛି ଘଣ୍ଟା ପରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ ଓଡ଼ିଆ ଯୁବକ

ଭୁବନେଶ୍ୱର,୨୨।୪: ଏକ ଦୁଃଖଦ ଘଟଣାରେ, ମଙ୍ଗଳବାର ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ଜଣେ ଯୁବକ ନିହତ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image