ୟୁଏଇ,୩୦।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଦ୍ରୁତ ବୋଲର ହର୍ଷଲ ପଟେଲ ମୁମ୍ବାଇ ଇଣ୍ଡିଆନ୍ସ (ଏମମଆଇ) ବିପକ୍ଷରେ ଜବରଦସ୍ତ ବୋଲିଂ କରିବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ଏହି ମ୍ୟାଚର ୧୭ ତମ ଓଭରରେ ପଟେଲ ହ୍ୟାଟ୍ରିକ ନେଇ ମ୍ୟାଚ୍କୁ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଡାହାଣହାତୀ ଦ୍ରୁତ ବୋଲର ହର୍ଷଲ ତାଙ୍କ ହ୍ୟାଟ୍ରିକ ସେଲିବ୍ରେସନ ସମୟରେ ତାଙ୍କ ସାଥୀ ଖେଳାଳି ବିରାଟ କୋହଲି ଏବଂ ମହମ୍ମଦ ସିରାଜଙ୍କ ଉପରେ କିଛି ଆଘାତ ଦେଇଥିଲେ। ୩୦ ବର୍ଷୀୟ ହର୍ଷଲ ଏନେଇ ଖୁଲାସା କରିଛନ୍ତି।
ପଟେଲ କହିଛନ୍ତି ଯେ, ହ୍ୟାଟ୍ରିକ ସେଲିବ୍ରେସନ ସମୟରେ ସେ କୋହଲିଙ୍କ ଜଙ୍ଘରେ କିଛି ଏବଂ ସିରାଜଙ୍କ ଗୋଡରେ ଆଘାତ ଦେଇଥିଲି। ସୌଭାଗ୍ୟବଶତଃ ଉଭୟ ଭଲରେ ଅଛନ୍ତି। ହର୍ଷଲ ପଟେଲ ଏହା ମଧ୍ୟ କହିଛନ୍ତି ଯେ, ବିଭିନ୍ନ ପରିସ୍ଥିତି ଏବଂ ପରିସ୍ଥିତି ସହ ଖାପ ଖୁଆଇବାର କ୍ଷମତା ପାଇଁ ସେ ଗର୍ବିତ। ୟୁଏଇର ଗ୍ରାଉଣ୍ଡ ତାଙ୍କ ବୋଲିଂ ପାଇଁ ଉପଯୁକ୍ତ ବୋଲି ସେ କହିଛନ୍ତି। ସିପିଂ ସବୁବେଳେ ମୋ ଖେଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଆସୁଛି। ମୁଁ ବିଭିନ୍ନ ପରିସ୍ଥିତି ଏବଂ ଭିନ୍ନ ଅବସ୍ଥା ସହିତ ଭଲ ଭାବରେ ଖାପ ଖାଏ। ଏହା ଏକ ଭଲ କଥା, ଯାହାକୁ ନେଇ ମୁଁ ଗର୍ବିତ ବୋଲିଂ ପାଇଁ ଉପଯୁକ୍ତ ବୋଲି ସେ କହିଛନ୍ତି।