Categories: ଖେଳ

ହର୍ଷିତ ରଞ୍ଜନ ଚାମ୍ପିୟନ

ଭୁବନେଶ୍ୱର, ୪ା୧୨ (ବିଜୟ ରଣା): ରୟାଲ ପବ୍ଲିକ ସ୍କୁଲ କେସୁରା ଓ ଭୁବନେଶ୍ୱର ଚେସ୍‌ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୧୬ତମ ସନ୍ଦୀପ ମେମୋରିଆଲ ରାଜ୍ୟ ଓପନ ଚେସ୍‌ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଯାଇଛି। ୫ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ କଟକସ୍ଥିତ ସେଣ୍ଟ ଜାଭିୟର୍ସ ସ୍କୁଲର ହର୍ଷିତ ରଞ୍ଜନ ସାହୁ ୪.୫ ପଏଣ୍ଟ ସହ ପ୍ରଥମ ସ୍ଥାନ ଅଧିକାର କରି ଚାମ୍ପିୟନ ହୋଇଥିବା ବେଳେ କଟକ, ଓଲ୍ଡ ଷ୍ଟିଓ୍ବାର୍ଟ ସ୍କୁଲର ଲଳିତ ରଞ୍ଜନ ସାହୁ (୪.୫ପଏଣ୍ଟ) ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଯଥାକ୍ରମେ ୩ୟରୁ ୧୦ମ ସ୍ଥାନ ଅଧିକାର କରିଥିବା ଖେଳାଳିମାନେ ହେଲେ ରବୀନ୍ଦ୍ର ସାହୁ (କଳାହାଣ୍ଡି), ରବୀନ୍ଦ୍ର କୁମାର ଓଝା (କଟକ), ସୌମ୍ୟରଞ୍ଜନ ମିଶ୍ର (ଭୁବନେଶ୍ୱର), ପ୍ରକାଶଚନ୍ଦ୍ର ସାହୁ (ଦାଣ୍ଡମୁକୁନ୍ଦପୁର), ସୃଜନ ପ୍ରଣୟୀ ରାୟ (ଭୁବନେଶ୍ୱର), ସ୍ବସ୍ତିକ ରଞ୍ଜନ ସ୍ବାଇଁ, ମଣ୍ଟୁ ଲୁହା ଓ ଆୟୂଷମାନ ବେହେରା। ସେହିପରି ୭ବର୍ଷରୁ କମ୍‌ ବୟସ ବର୍ଗରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଖେଳାଳି ହେଲେ ସତ୍ୟନାରାୟଣ ସ୍ବାଇଁ ଓ ଆଦିତ୍ୟ ଶଙ୍କର ବେହେରା। ୯ ବର୍ଷରୁ କମ୍‌ ବିଭାଗରେ ସାକେତ କୁମାର ମାଇତି ଓ ବିନୟ ଆଶୁତୋଷ ମହାରଣା ପ୍ରଥମ ଓ ଦ୍ୱିତୀୟ ହୋଇଛନ୍ତି। ୧୧ବର୍ଷରୁ କମ୍‌ ବିଭାଗରେ ପ୍ରତୀକ କୁଶାଲ ରାଉତ ପ୍ରଥମ ଓ ସତ୍ୟମ୍‌ ସ୍ବରୂପ ସାହୁ ଦ୍ୱିତୀୟ ହୋଇଛନ୍ତି। ୧୩ ବର୍ଷରୁ କମ୍‌ ବିଭାଗରେ ଆଦିତ୍ୟ ନାରାୟଣ ମହାନ୍ତି ଓ ସାତ୍ତ୍ୱିକ ପଟ୍ଟନାୟକ ଯଥାକ୍ରମ ପ୍ରଥମ ଓ ଦ୍ୱିତୀୟ ହୋଇଛନ୍ତି। ବାଳିକା ବିଭାଗରେ ସାନଭି ପଣ୍ଡା ଓ ଶାନ୍‌ଭି ମହାପାତ୍ର ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। କେଶୁରା, ରୟାଲ ପବ୍ଲିକ ସ୍କୁଲ, ପ୍ରିନ୍ସିପାଲ ସର୍ବେଶ୍ୱର ସାମଲ ଚାମ୍ପିୟନଶିପ୍‌ର ଉଦ୍‌ଘାଟନ କରିଥିଲେ। ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବେ ଉପସ୍ଥିତ ଥିଲେ ରୟାଲ ପବ୍ଲିକ ସ୍କୁଲର ଭାଇସ୍‌ ପ୍ରିନ୍ସିପାଲ ପ୍ରଜ୍ଞା ପରିମିତା ସାହ ଓ ମ୍ୟାନେଜର ଅଜୟ କୁମାର ଦାସ, ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଏବଂ ଭୁବନେଶ୍ୱର ଚେସ୍‌ ଆସୋସିଏଶନ ଯୁଗ୍ମ ସମ୍ପାଦକ ସୁରିନ୍ଦରନାଥ ମହାନ୍ତି।

Share