ଲଭ୍‌ଲାଇଫ୍‌କୁ ନେଇ ଚର୍ଚ୍ଚାରେ ‘ସନମ୍‌ ତେରି କସମ୍‌’ ଅଭିନେତା, ଏହି ଅଭିନେତ୍ରୀଙ୍କୁ…

ବମ୍ବେ: ଲଭ୍‌ଲାଇଫ୍‌କୁ ନେଇ ଚର୍ଚ୍ଚାରେ ‘ସନମ୍‌ ତେରି କସମ୍‌’ ଅଭିନେତା ହର୍ଷବର୍ଦ୍ଧନ ରାଣେ। ଗତ କିଛି ମାସ ଧରି ସେ ଅଭିନେତ୍ରୀ ତଥା ମଡେଲ ସଞ୍ଜିଦା ଶେଖଙ୍କୁ ଡେଟ୍‌ କରୁଛନ୍ତି। ପ୍ରଥମେ ଉଭୟଙ୍କ ଫଟୋ ଭାଇରାଲ ହୋଇଥିଲା। ଏବେ ସେ ଦେଇଥିବା ଏକ ସାକ୍ଷାତକାରରେ ରୋକଠୋକ ଭାବେ ସମ୍ପର୍କ ନେଇ ମୁହଁ ଖୋଲିଛନ୍ତି। ଯାହା ବି ଶୁଣିବାକୁ ମିଳୁଛି ସେ ନେଇ ତାଙ୍କୁ ଫରକ ପଡେନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ତେବେ ସଞ୍ଜିଦା ପୂର୍ବରୁ ଅଭିନେତା ଆମିର ଅଲିଙ୍କୁ ବିବାହ କରିଥିଲେ। ହେଲେ ୨୦୨୨ରେ ଉଭୟ ଅଲଗା ହୋଇଥିଲେ। ତାଙ୍କର ଏକ ଝିଅ ଆୟରା ଅଲି ଅଛି। ଅଭିନେତ୍ରୀ ଏବେ ସଞ୍ଜୟ ଲିଲା ବନ୍‌ଶାଲୀଙ୍କ ଓ୍ବେବ୍‌ସିରିଜ ହିରାମଣ୍ଡିକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏଥିରେ ସଞ୍ଜିଦାଙ୍କ ସହ ସୋନାକ୍ଷୀ ସିନ୍ହା, ମନିଷା କୋଇରାଲା, ଋଚା ଚଢ଼ା, ଅଦିତି ରାଓ ପ୍ରମୁଖ ଅଛନ୍ତି।

ସେହିଭଳି ହର୍ଷବର୍ଦ୍ଧନ ସଞ୍ଜିଦାଙ୍କ ପୂର୍ବରୁ ଅଭିନେତ୍ରୀ କିମ ଶର୍ମାଙ୍କୁ ଡେଟ୍‌ କରୁଥିଲେ। ୨୦୧୯ରେ ଦୁହିଁଙ୍କ ବ୍ରେକ୍‌ଅପ୍‌ ହୋଇଥିଲା।

Share