ଶେରଗଡ଼ ବିଜେଡିର ହରତାଳ

ଶେରଗଡ଼, ୧୬ା୨(ଡି.ଏନ.ଏ.): ଧାନ କିଣା ନୀତି ଓ ଚାଉଳ କାଟ ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡି ରାସ୍ତାକୁ ଓହ୍ଲାଇଛି। ଏ ନେଇ ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ବିଜେଡି ପକ୍ଷରୁ ହରତାଳ, ବିକ୍ଷୋଭ କରାଯିବା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ବିଜେଡି ନେତା ଓ କର୍ମୀମାନେ ଚାରି ଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ଏକ ରାଲିରେ ଶେରଗଡ଼ ଗ୍ରାମ ପରିକ୍ରମା କରିଥିଲେ। ଦରକାର ପଡ଼ିଲେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ସ୍ଲୋଗାନ ଦେଇଥିଲେ। ଉକ୍ତ ରାଲି ବ୍ଲକ ପର୍ଯ୍ୟନ୍ତ ଯାଇ ବିଡିଓ ଶିବାଶିଷ ବରାଳଙ୍କୁ ଭେଟି ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ସମୟରେ ବ୍ଲକ ବିଜେଡି ସଭାପତି ଶରତ ଚନ୍ଦ୍ର ପାତ୍ର, ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ, ଜିଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ପାଣିଗ୍ରାହୀ, ବରୁଣ ପଲେଇ, ବ୍ଲକ ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ବରିଷ୍ଠ ନେତା ହୀନ ବେହେରା, ହୃଷିକେଶ ପାଢ଼ୀ, ଉଦୟନାଥ ପ୍ରଧାନ, ଦିଗାମ୍ବର ନାହାକଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ।