Categories: ଖେଳ

ଧୋନିଙ୍କୁ ନେଇ ପ୍ରଶ୍ନ ପଚାରିଲେ ପାକିସ୍ତାନ ନାଗରିକ, କଡ଼ା ଜବାବ ଦେଲେ ହରଭଜନ

ନୂଆଦିଲ୍ଲୀ, ୨୦ା୭: ପାକିସ୍ତାନର ଅନେକ କ୍ରୀଡ଼ା ସାମ୍ବାଦିକ ଏବଂ କ୍ରୀଡା ଇନ୍‌ଫ୍ଲ୍ୟୁଏନ୍ସରମାନେ ପ୍ରାୟତଃ ଏପରି କାର୍ଯ୍ୟ କରନ୍ତି, ଯାହା ଦ଼୍ବାରା ଖେଳାଳିଙ୍କ ସହିତ ନିଜ ଦେଶକୁ ସମାଲୋଚନାର ସାମ୍ନା କରିବାକୁ ପଡ଼େ । ସେହିଭଳି, ଏଥର ପାକିସ୍ତାନର କ୍ରୀଡ଼ା ପ୍ରଚାରକ ବା ଇନ୍‌ଫ୍ଲ୍ୟୁଏନ୍ସର ଫରିଦ ଖାନ ସୋସିଆଲ ମିଡିଆରେ କ୍ରିକେଟ ବିଷୟରେ ଏକ ପ୍ରଶ୍ନ ପଚାରି ସମାଲୋଚନାର ଶିକାର ହୋଇଛନ୍ତି । ଟିୱିଟରରେ ତାଙ୍କର ଏକ ପୋଷ୍ଟରେ ସେ ପ୍ରଶ୍ନ କରିଛନ୍ତି ଯେ ଏମଏସ ଧୋନି ଏବଂ ମହମ୍ମଦ ରିଜୱାନଙ୍କ ମଧ୍ୟରେ କେଉଁ ଖେଳାଳି ଭଲ? ଏହି ପ୍ରଶ୍ନ ଉପରେ ଅନେକ କ୍ରିକେଟ ପ୍ରେମୀ ଅସନ୍ତୋଷ ବ୍ୟକ୍ତ କରିଥିବା ଦେଖିବାକୁ ମିଳିଛି । ଯେଉଁଥିରେ ପୂର୍ବତନ ଭାରତୀୟ ଦଳର ଖେଳାଳି ହରଭଜନ ସିଂ ମଧ୍ୟ ପାକିସ୍ତାନର ଏହି ଇନ୍‌ଫ୍ଲ୍ୟୁଏନ୍ସରଙ୍କୁ ଏକ କଡ଼ା ଜବାବ ଦେଇଥିବା ଦେଖିବାକୁ ମିଳିଛି ।

ପାକିସ୍ତାନୀ ଇନ୍‌ଫ୍ଲ୍ୟୁଏନ୍ସରଙ୍କ ପ୍ରଶ୍ନର ଉତ୍ତର ଦେଇ ହରଭଜନ ସିଂ ତାଙ୍କ ପୋଷ୍ଟରେ ଲେଖିଛନ୍ତି, “ଆଜିକାଲି ତୁମେ କ’ଣ ସ୍ମୋକିଂ କରୁଛ କି ?” ଏହା କି ଶସ୍ତା ଏବଂ ମୂର୍ଖ ଭଳି ପ୍ରଶ୍ନ । ଭାଇମାନେ, ତାଙ୍କୁ କୁହ ଯେ ଧୋନି ପ୍ରତ୍ୟେକ କ୍ଷେତ୍ରରେ ରିଜୱାନ ଠାରୁ ବହୁତ ଆଗରେ ଅଛନ୍ତି । ଯଦି ଆପଣ ଏହି ପ୍ରଶ୍ନକୁ ରିଜୱାନଙ୍କୁ ପଚାରନ୍ତି, ସେ ମଧ୍ୟ ସଚ୍ଚୋଟତାର ସହ ଉତ୍ତର ଦେବେ । ମୁଁ ରିଜୱାନଙ୍କୁ ପସନ୍ଦ କରେ, ସେ ଜଣେ ଭଲ ଖେଳାଳି ଏବଂ କ୍ରମାଗତ ଭାବରେ ଭଲ ପ୍ରଦର୍ଶନ କରୁଛନ୍ତି । ତେବେ ଧୋନିଙ୍କ ସହ ତୁଳନା କରିବା ସମ୍ପୂର୍ଣ୍ଣ ଭୁଲ । କାରଣ ଆଜି ବି ସେ ବିଶ୍ୱ କ୍ରିକେଟର ଏକ ନମ୍ବର ଖେଳାଳି ଏବଂ ୱିକେଟ ରକ୍ଷକ କ୍ଷେତ୍ରରେ ତାଙ୍କଠାରୁ ଭଲ କେହି ନାହାଁନ୍ତି ।

Share