ଅମଳ ବେଳେ ଅତ୍ୟଧିକ

ଆଠମଲ୍ଲିକ,୨୨ା୧୧ (ଡି.ଏନ.ଏ.): ଆଖି ଆଗରେ ଉଜାଡ଼ି ଦେଉଛନ୍ତି ଫସଲ। ପାଦରେ ଦଳି ନଷ୍ଟ କରୁଛନ୍ତି ଧାନ, ଆଖୁ ଓ ପରିବା ଚାଷ। ଖବର ଦେଲେ ବି ଘଉଡ଼ାଇବାକୁ ଯାଉନାହାନ୍ତି ବନ କର୍ମଚାରୀ। ବର୍ଷକର ଆହାର ବଞ୍ଚାଇବାକୁ ଉଦ୍ୟମ କରିବା ବେଳେ ହାତୀ ଆକ୍ରମଣର ଶିକାର ହେଉଛନ୍ତି ଚାଷୀ। ବିଶେଷକରି ଧାନ ଅମଳ ସମୟରେ ହାତୀ ଉପଦ୍ରବ ଅତ୍ୟଧିକ ହେଉଥିବା ବେଳେ ଆକ୍ରମଣରେ ଯାଉଛି ମଣିଷ ଜୀବନ। ଗତ ୪ ବର୍ଷରେ ଏପରି ୧୧ ଜଣଙ୍କ ଜୀବନ ନେଲେଣି ହାତୀ। ଏହାକୁ ନେଇ ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡରେ ବଢ଼ୁଛି ଜନ ଅସନ୍ତୋଷ।
ଆଠମଲ୍ଲିକ ବନଖଣ୍ଡର ୫ଟି ରେଞ୍ଜ ଆଠମଲ୍ଲିକ, ଧଣ୍ଡାତୋପା, ମାଧପୁର, ହଣ୍ଡପା ଓ ବାମୁରରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ଏହି ବନଖଣ୍ଡରେ ୮୭, ୧୨୪.୮୦୭ ହେକ୍ଟର ଜଙ୍ଗଲ ଥିଲାବେଳେ ସେଥିରୁ ୫୩୮୨.୦୫୬ ହେକ୍ଟର ହେଉଛି ସରଂକ୍ଷିତ। ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ ଥିବା ପଞ୍ଚାୟତଗୁଡ଼ିକର ଅଧିକାଂଶ ଗ୍ରାମ ଜଙ୍ଗଲ ନିକଟବର୍ତ୍ତୀ ଥିବାରୁ ଏଠାରେ ହାତୀ ଉପଦ୍ରବ ଲାଗି ରହୁଛି। କେତେବେଳେ ହାତୀ ପଲ ଚାଷ ଜମିରେ ପଶି କ୍ଷୟକ୍ଷତି ଘଟାଉଛନ୍ତି ତ ଆଉ କେବେ ବାଡ଼ି ବଗିଚାରେ ଥିବା କଦଳୀ, ଆମ୍ବ ଆଦି ଗଛ ଭାଙ୍ଗି ନଷ୍ଟ କରିଦେଉଛନ୍ତି। ପରିବା ଚାଷ ମଧ୍ୟ ହାତୀଙ୍କ କବଳରୁ ରକ୍ଷା ପାଇପାରୁ ନାହିଁ। ବିଶେଷକରି ଧାନ ଅମଳ ସମୟରେ ହାତୀପଲ ଗ୍ରାମାଭିମୁଖୀ ହେବା ଚାଷୀଙ୍କ ଚିନ୍ତାର କାରଣ ହେଉଛି। ଫସଲ ଖଳାକୁ ଆଣିବାକୁ ଚାଷୀ ଚାହିଁ ବସିଥିବା ବେଳେ ହାତୀପଲ ବିଲରେ ପଶି ଖାଇବା ସହ ଦଳି ଚକଟି ନଷ୍ଟ କରିଦେଉଛନ୍ତି। ବନ ବିଭାଗକୁ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ ଠିକ୍‌ ସମୟରେ କର୍ମଚାରୀ ପହଞ୍ଚି ଘଡ଼ାଇବାରେ ସକ୍ଷମ ହୋଇପାରୁ ନାହାନ୍ତି। କ୍ଷୟକ୍ଷତିର ଠିକ୍‌ ଆକଳନ କରି ଉପଯୁକ୍ତ କ୍ଷତିପୂରଣ ମଧ୍ୟ ଦେଉନାହାନ୍ତି। ଏହାଛଡ଼ା ସମସ୍ୟା ସମାଧାନ ନିମନ୍ତେ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯାଉ ନାହିଁ। ସୋଲାର ଫେନସିଂ ବ୍ୟବସ୍ଥା କରିବାକୁ ଦାବି ଉଠୁଥିଲେ ମଧ୍ୟ ତାହାକୁ କର୍ଣ୍ଣପାତ କରାଯାଉ ନାହିଁ। ଫଳରେ ଧାନ ଫସଲ ଖାଇବାକୁ ଆସୁଥିବା ହାତୀ ପଲଙ୍କ ଆକ୍ରମଣରେ ଚାଷୀ ଓ ଜନସାଧାରଣଙ୍କ ମୃତ୍ୟୁ ହେଉଛି। ୨୦୧୯ରୁ ୨୦୨୨ ମଧ୍ୟରେ ଆଠମଲ୍ଲିକ ବନଖଣ୍ଡରେ ମୋଟ୍‌ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତ ୨୦ ତାରିଖ ରବିବାର ରାତିରେ ମଧ୍ୟ ହାତୀ ଜଣେ ଚାଷୀଙ୍କ ଜୀବନ ନେଇଥିବା ଅଭିଯୋଗ ହୋଇଛି। ତୁରନ୍ତ ବନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି।

ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯାଉ
ହାତୀ ଆକ୍ରମଣରେ ଯେଉଁମାନଙ୍କ ଜୀବନ ଯାଉଛି, ସେମାନଙ୍କ ପରିବାରରୁ ଜଣଙ୍କୁ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ସରକାରୀ ଚାକିରି ଦିଆଯାଉ। ଏଥିସହିତ ଉଚିତ କ୍ଷତିପୂରଣ ତୁରନ୍ତ ପ୍ରଦାନ କରାଯାଉ।
-ବଳରାମ ବିଶ୍ୱାଳ, ସଭାପତି, ରାଜିଙ୍ଗ ବନ ସୁରକ୍ଷା ସମିତି

ସୋଲାର ଫେନସିଂ ବ୍ୟବସ୍ଥା ହେଉ
ହାତୀ ଉପଦ୍ରବରୁ ଚାଷୀମାନଙ୍କୁ ସୁରକ୍ଷା ଦେବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଗ୍ରାମ ଚତୁଃପାର୍ଶ୍ୱରେ ସୋଲାର ଫେନସିଂ ବ୍ୟବସ୍ଥା କରାଯାଉ। ଏଥିସହିତ ବନ ବିଭାଗ କର୍ମଚାରୀ ହାତୀ ଘଉଡ଼ାଇବା ଦିଗରେ ତତ୍ପରତା ପ୍ରକାଶ କରନ୍ତୁ।
-ଶରଣ ବିଶ୍ୱାଳ, କୋଷାଧ୍ୟକ୍ଷ, ରାଜିଙ୍ଗ ବନ ସୁରକ୍ଷା ସମିତି

ଜଙ୍ଗଲ ବିଭାଗ ଯତ୍ନବାନ ହେଉ
ହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ ହେଉଥିଲେ ବି ବନ ବିଭାଗ ଏହାର ସମାଧାନ ଦିଗରେ ସ୍ଥାୟୀ ପଦକ୍ଷେପ ନେଉନାହିଁ। ଏପରି କି ବନ ବିଭାଗ ଓ ବିଦ୍ୟୁତ୍‌ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା ହୋଇପାରୁ ନାହିଁ। ହାତୀ ଦ୍ୱାରା ଯେପରି ଚାଷୀଙ୍କ ଫସଲ କ୍ଷତି ଓ ଜୀବନ ନ ଯାଏ ସେଥିପାଇଁ ବନ ବିଭାଗ ଯତ୍ନବାନ ହେବା ଜରୁରୀ।
-ସୁଶାନ୍ତ ମହାପାତ୍ର, ସଭାପତି, ଆଠମଲ୍ଲିକ ବାର୍‌ ଆସୋସିଏଶନ


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବିଜେଡିକୁ ଫେରିବାକୁ ଚାହୁଁଛନ୍ତି ପୂର୍ବତନ ବିଧାୟକ: ହାଇକମାଣ୍ଡଙ୍କୁ ଲେଖିଲେ ଚିଠି

ଘସିପୁରା,୨୧।୯(ନିରଞ୍ଜନ ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଭାଗୀରଥି ସେଠୀ ପୁଣି ବିଜେଡିକୁ ଫେରିବେ। ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ମିଳି ନ ଥିବାରୁ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

ଟ୍ରେଲର ପଛରେ ପିଟିହେଲା ବସ୍‌, ୧୦ ଆହତ

କଟକ,୨୧ା୯: କଟକର ଏନ୍‌ଏଚ୍‌ ୧୬ ଭାଣପୁର ନିକଟରେ ଶନିବାର ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ଏକ ଟ୍ରେଲର ପଛରେ ପିଟି ହୋଇଯିବାରୁ...

୮ ବର୍ଷ ପରେ ଆଜି ଆରପିଡିଏସି ବୈଠକ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ପୁନର୍ବାସ ଓ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି (ଆର୍‌ପିଡିଏସି)...

ମୋ ସ୍କୁଟି ଋଣରେ ଲାଞ୍ଚ, ଡିଆର୍‌ସିଏସ୍‌ଙ୍କୁ ତଦନ୍ତ ନିର୍ଦ୍ଦେଶ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବିଞ୍ଝାରପୁର ବ୍ରାଞ୍ଚରେ ସ୍କୁଟି ଋଣରେ ଦୁର୍ନୀତି ଓ ବେଆଇନ କାର୍ଯ୍ୟ ଚାଲିଥିବା ଅଭିଯୋଗ ସଂକ୍ରାନ୍ତରେ ରାଜ୍ୟ...

ବିଶ୍ୱ ଐତିହ୍ୟ ତାଲିକାରୁ ବାଦ୍‌ ସମ୍ପର୍କରେ ସମୀକ୍ଷା ନାହିଁ

କେନ୍ଦ୍ରାପଡ଼ା,୨୧ା୯ (ଜଗନ୍ନାଥ ଧଳ): ପ୍ରକୃତିର ବିସ୍ମୟ ଭିତରକନିକା। ଏହାର ଜୈବ ବିବିଧତା, ସାମୁଦ୍ରିକ ଓ ବନ୍ୟ ସମ୍ପଦ, ଦେଶୀ ବିଦେଶୀ ପକ୍ଷୀ ସମ୍ପର୍କରେ ଦେଶ ବିଦେଶରେ...

ଚିନ୍ତା ବଢ଼ାଇଲା ନକଲି କନ୍ଧମାଳ ହଳଦୀ ବିକ୍ରି: ବିଭାଗ ନୀରବ

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ): ଚାଲିଛି ପର୍ଯ୍ୟଟନ ଋତୁ। ବର୍ଷା ଓ ଶୀତ ଋତୁର ମଧ୍ୟବର୍ତ୍ତୀ ସମୟରେ ଦାରିଙ୍ଗବାଡିକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଆଉ କିଛି...

ବଏଲଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଶାନ୍ତି ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ

ପାଟଣାଗଡ ୨୧।୯ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ ଏନଏସିସ୍ଥିତ ହରିଶଙ୍କର ସମ୍ମିଳନୀ ସଦନଠାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦଶହରା ବଏଲଯାତ୍ରା ପାଇଁ ପ୍ରସ୍ତୁତି ବୈଠକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri