ମଣ୍ଡିରୁ ଉଠୁନି ଧାନ,ତାତିଲେ ଚାଷୀ

ବରଗଡ଼,୩୧।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନବିକ୍ରି ସମସ୍ୟା ଅସମାହିତ ହୋଇ ରହିଛି। ଚାଷୀମାନେ ମଣ୍ଡିକୁ ଧାନ ଆଣୁଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ଚାଷୀଙ୍କ ଧାନ ଉଠାଯାଉନାହିଁ। କେତେବେଳେ ଟୋକନ କଟକଣା ତ ଆଉ କେବେ ଧାନର ଗୁଣମାନ ଆଳ କରାଯାଉଛି। ଅନ୍ୟପଟେ କଟନୀଛଟନୀରେ ରାଜି ହେଲେ ମଣ୍ଡିରୁ ଧାନ ଉଠାଯାଉଛି। ତେବେ ବହୁ ପରିମାଣର ଧାନ ମଣ୍ଡିକୁ ନ ଆସି ସିଧାସଳଖ କେତେକ ରାଇସ୍‌ ମିଲକୁ ଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏଭଳିସ୍ଥଳେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଏବଂ ରାଜ୍ୟ ସରକାରଙ୍କ ଘୋଷିତ ଇନ୍‌ପୁଟ୍‌ ଆସିଷ୍ଟାଣ୍ଟ ପାଇବା ଆଶାରେ ମଣ୍ଡିକୁ ଧାନ ଧରି ଆସୁଥିବା ଚାଷୀଙ୍କ ଧାନ ଉଠାଯାଉ ନ ଥିବାରୁ ଜିଲାରେ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଧାନ ଉଠାଣରେ ପ୍ରଶାସନିକ ଅବ୍ୟବସ୍ଥାକୁ ନେଇ ଜିଲାର ଚାଷୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାର ପ୍ରତିବାଦରେ ଗତ ଶୁକ୍ରବାରଠାରୁ ସଂଯୁକ୍ତ କୃଷକ ସଙ୍ଗଠନ ନେତୃତ୍ୱରେ ସେମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି। ସେହିପରି ସୋମବାର ଚାଷୀ ସଙ୍ଗଠନ ଜୟ କିଷାନ ଆନ୍ଦୋଳନ ମଧ୍ୟ ଧାରଣାକୁ ଓହ୍ଲାଇଥିଲା। ଉକ୍ତ ସଙ୍ଗଠନ ନେତୃତ୍ୱରେ ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟର ଉତ୍ତର ଦିଗ ପାର୍ଶ୍ୱସ୍ଥ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଥିବାବେଳେ ସଂଯୁକ୍ତ କୃଷକ ସଙ୍ଗଠନ ନେତୃତ୍ୱରେ ଚାଷୀମାନେ ଦକ୍ଷିଣ ପାର୍ଶ୍ୱସ୍ଥ ମୁଖ୍ୟ ଫାଟକରେ ଧାରଣାରେ ବସିଥିଲେ। ଫଳରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଶାସନିକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।
ଜୟ କିଷାନ ଆନ୍ଦୋଳନ ସଭାପତି ସୁଶିଲ କୁମାର ସାହୁ, ସମ୍ପାଦକ ହର ବଣିଆଙ୍କ ନେତୃତ୍ୱରେ ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। କଟନୀଛଟନୀକୁ ବିରୋଧ କଲେ ଧାନ ଉଠୁନାହିଁ ଏବଂ ମଣ୍ଡି ଗୁଡ଼ିକରେ ମିଲର୍ସ ଏବଂ ସେମାନଙ୍କ ଦଲାଲଙ୍କ ଦାଦାଗିରି ବଢ଼ି ଚାଲିଥିବା ସେମାନେ ଅଭିଯୋଗ କରିଥିଲେ। ଏପରିକି ଏ ନେଇ ଜିଲାପାଳ ତଥା ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅବଗତ କଲେ ସୁଦ୍ଧା କୌଣସି ସୁଫଳ ମିଳୁ ନ ଥିବା ପ୍ରତିବାଦରେ ସେମାନେ ଧାରଣାକୁ ଓହ୍ଲାଇଥିବା କହିଥିଲେ। ସୋହେଲା ବ୍ଲକର ପାଣିମୋରା ମଣ୍ଡିରେ ୧୪ହଜାର, ଭେଡ଼େନ ବ୍ଲକ ତେନ୍ତୁଲିଟିକ୍ରା ମଣ୍ଡିରେ ୨୦ହଜାର, ଭଟଲି ବ୍ଲକ ସୁଲୁସୁଲିଆ ମଣ୍ଡିରେ ୫୯୦ ଏବଂ ବରଗଡ଼ ବ୍ଲକ ତାଳଶ୍ରୀଗିଡ଼ା ମଣ୍ଡିରେ ୧୫ହଜାର ଧାନ ବିକ୍ରି ଅପେକ୍ଷାରେ ରହିଥିବା ସତ୍ତ୍ୱେ ସେହି ଧାନ ଉଠାଯାଉ ନ ଥିବା ସେମାନେ ଅଭିଯୋଗ କରିଥିଲେ। ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ରାଜକିଶୋର ପାଣିଗ୍ରାହୀ ଧାରଣାସ୍ଥଳକୁ ପହଞ୍ଚତ୍ ଚାଷୀଙ୍କ ସହିତ ଆଲୋଚନା କରିଥିଲେ ଏବଂ ଆଗାମୀ ୨ଦିନ ମଧ୍ୟରେ ସମସ୍ତ ଧାନ ଉଠାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଚାଷୀମାନେ ଧାରଣାରୁ ଉଠିଥିଲେ। ଧାରଣାରେ ବୃନ୍ଦାବନ ନାୟକ, ଅଚ୍ୟୁତ କର୍ମୀ, ସିଲିଂ ସାହୁ, ତପୋବନ୍ତ ନାୟକ, ବିଜୟ ପ୍ରଧାନଙ୍କ ସମେତ ଅନେକ ଚାଷୀ ସାମିଲ ହୋଇଥିଲେ।
ସେହିପରି ସଂଯୁକ୍ତ କୃଷକ ସଙ୍ଗଠନ ନେତୃତ୍ୱରେ ଚାଲିଥିବା ଧାରଣାରେ ସଙ୍ଗଠନର ଉପଦେଷ୍ଟା ଉପତ୍ନ୍ନ କୁମାର ଭୋଇ, ରମେଶ ମହାପାତ୍ର, ସୁଦାମ ପାତ୍ର, ସୁରେଶ ନେକାଣ୍ଟି, ନିରଞ୍ଜନ ପ୍ରଧାନ ପ୍ରମୁଖ ନେତୃତ୍ୱ ନେଇଥିଲେ। ଯେଉଁ ମଣ୍ଡିରେ ଦଲାଲମାନେ ସକ୍ରିୟ ଅଛନ୍ତି, ସେଠାରୁ କଟନୀଛଟନୀରେ ଧାନ ଉଠୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଯେଉଁ ଚାଷୀମାନେ କଟନୀଛଟନୀରେ ରାଜି ନ ହେଲେ ସେମାନଙ୍କ ଧାନ ମଣ୍ଡିର ଖୋଲା ଆକାଶତଳେ ପଡ଼ି ରହିଛି। ଏଭଳି ଭାବେ ଅମ୍ବାଭୋନା ବ୍ଲକର ବରା, ବରପାଲି ବ୍ଲକର କୁମ୍ଭାରୀ, ତୁଲଣ୍ଡି, ଆଗଲପୁର, ସତଲମା, ଭେଡ଼େନ ବ୍ଲକର ସିଂହେନପାଲି, ହାତୀପାଲି, ରେଶମ, ପଧାନପାଲି, ସାହ୍ଲେପାଲି, ଅରେଇଗୁଡ଼ି, ବସେକେଲା, ତେନ୍ତୁଲିଟିକ୍ରା, ଭେଡ଼େନ, ଚିଚିଣ୍ଡା, କୁବେଡ଼େଗା, ସହରାଟିକ୍ରା ଆଦି ମଣ୍ଡିରେ ବହୁ ପରିମାଣର ଧାନ ପଡିରହିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କେବଳ ଏହି ମଣ୍ଡି ନୁହେଁ, ଆହୁରି ଅନେକ ମଣ୍ଡିରେ ଧାନ ପଡ଼ି ରହିଛି। ମଣ୍ଡିରେ ପଡ଼ି ରହିଥିବା ସବୁ ଧାନ ଉଠା ନ ଯିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ମହାପାତ୍ର ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଶନ ଶକ୍ତି ପୁନର୍ଗଠନ ବିଜ୍ଞପ୍ତିରେ ଲାଗିଲା ରୋକ

ପାଟଣା, ୨୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ବୈତରଣୀ ମିଶନ ଶକ୍ତି ଫେଡରେଶନ ପକ୍ଷରୁ କାର୍ଯ୍ୟରତ ମହିଳାମାନେ ସରକାରଙ୍କ ଜାନୁୟାରୀ ୨୨ର ବିଜ୍ଞପ୍ତି ବିରୋଧରେ ହାଇକୋର୍ଟର ଦ୍ବାରସ୍ଥ...

୧୬୦୦ କୋଟିର ମେଗା ପ୍ରକଳ୍ପ ସମୀକ୍ଷା କଲେ ସିଡିଓ: ଏଯାଏ ହୋଇନାହିଁ ପାଣି ଉଠାଇବା ସ୍ଥାନ ଚହ୍ନଟ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ବିଭାଗ ଅଧୀନରେ ପ୍ରାୟ ୧୬୦୦ କୋଟି ଟଙ୍କା ବ୍ୟୟରେ ମେଗା ପାନୀୟ ଜଳ...

ଗଞ୍ଜାମ ପୋଲିସର ସ୍ବତନ୍ତ୍ର ଅଭିଯାନ: ୩୪ ନିଖୋଜ ଶିଶୁ ଉଦ୍ଧାର

ଛତ୍ରପୁର,୨୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପୋଲିସ ଅଧୀନରେ ଚଳିତ ମାସ ୧୫ରୁ ନିଖୋଜ ପିଲାମାନଙ୍କୁ ଖୋଜିବା ଏବଂ ଉଦ୍ଧାର ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ...

ପ୍ରବଳ ଖରାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଦହିପଣା ବଣ୍ଟନ

ଛତ୍ରପୁର,୨୨।୪,(ଦିଲ୍ଲୀପ ସାମଲ) : ଗ୍ରୀଷ୍ମ ପ୍ରବାହ ଯୋଗୁଁ ଚାରିଆଡେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇପଡିଥିବା ବେଳେ ଗଞ୍ଜାମ ଜିଲାର ସଦର ମହକୁମା ଛତ୍ରପୁର ସହର...

ଅନ୍ୟାୟ, ଅତ୍ୟାଚାର ଅଭିଯୋଗ: ନ୍ୟାୟ ଦାବିରେ ସପରିବାର ଧାରଣା

ବରଗଡ଼,୨୨।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ଥାନା ଦେବାହାଲ ଗ୍ରାମର ଲିପି ସାହୁଙ୍କ ପରିବାର ଉପରେ କିଛି ଲୋକ ଅନ୍ୟାୟ, ଅତ୍ୟାଚାର କରି ଚାଲିଥିବା ଅଭିଯୋଗ...

ଏମିତି ବି ଆସେ ମୃତ୍ୟୁ! ମା’ ବିଦ୍ୟୁତ ସଂସ୍ପର୍ଶରେ ଆସିବା ଦେଖି ଧାଇଁ ଯାଇଥିଲେ ପୁଅ, ଏକାଠି ଚାଲିଗଲା ଦୁହିଁଙ୍କ ଜୀବନ

ଭବାନୀପାଟଣା,୨୨।୪( ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌.ରାମପୁର ଥାନା ଅନ୍ତର୍ଗତ ସାଇ ଦଲଙ୍ଗା ଗ୍ରାମ ପଞ୍ଚାୟତର ଟୁର୍ଚି (ଡଙ୍ଗର ପଡ଼ା)ରୁ ମଙ୍ଗଳବାର ସକାଳୁ ଏକ...

ଦୁର୍ଘଟଣାରେ ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟଣା: ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୪: କଟକରେ ଦୁର୍ଘଟଣାରେ ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିସହ ସେ ମୃତକଙ୍କ ପରିବାରକୁ ୧୦...

କଟକରେ ଭୟଙ୍କର ଦୁର୍ଘଟଣା: ପିସିଆର୍‌ ଭ୍ୟାନ୍‌କୁ ଚାପିଦେଲା ହାଇଓ୍ବା, ଚାଲିଗଲା ୨ ପୋଲିସ କର୍ମଚାରୀଙ୍କ ଜୀବନ

କଟକ ସଦର,୨୨।୪(ସୁଶାନ୍ତ କୁମାର ଜେନା): କଟକ-ପରାଦୀପ ରାସ୍ତାର ଗତିରାଉତପାଟଣାରେ ମଙ୍ଗଳବାର ଭୋର୍‌ ସମୟରେ ଭୟଙ୍କର ଦୁର୍ଘଟଣା ଘଟିଛି। ପିସିଆର୍‌ ସହିତ ବାଲି ବୋଝେଇ ହାଇଓ୍ବା ମୁହାଁମୁହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image