ବାଲିପାଟଣା ୩୧।୩(ଡି.ଏନ୍.ଏ.): ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକ ରଘୁଆଗରଡ଼ା ଗ୍ରାମରେ ଶୁକ୍ରବାର ବଜ୍ରପାତ ଘଟି ଯୁବତୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ରଶ୍ମୀତା ବେହେରା ।
ସୂଚନାଯୋଗ୍ୟ, ରଶ୍ମୀତା ବିଲରେ ମୁଗ ଅମଳ କରୁଥିବା ବେଳେ ହଠାତ ପ୍ରବଳ ବର୍ଷା ଘଡ଼ଘଡ଼ି ହୋଇଥିଲା। ଏଥିରେ ରଶ୍ମୀତା ଅଚେତ ହୋଇ ତାଙ୍କ ଶରୀରର ଅନେକ ଅଂଶ ପୋଡ଼ି ଯାଇଥିଲା । ପରିବାର ଲୋକେ ତାଙ୍କୁ ବାଲିପାଟଣା ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି ।