ମେଡିସିନ ପାଇଁ ଏହି ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର

ଷ୍ଟକହୋମ,୫।୧୦- ମେଡିସିନ ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର। ଚଳିତ ବର୍ଷ ନୋବେଲ ପୁରସ୍କାର ଲାଗି ଆମେରିକାର ହାର୍ଭେ ଜେ ଅଲଟର, ବ୍ରିଟିଶ ବୈଜ୍ଞାନିକ ମାଇକେଲ ହଟନ ଏବଂ ଚାଲର୍‌ସ ଏମ ରାଇସଙ୍କ ନାମ ଘୋଷଣା କରାଯାଇଛି। ହେପାଟାଇଟିସ-ସି ଭୂତାଣୁର ଆବିଷ୍କାର ପାଇଁ ଏହି ୩ ଜଣଙ୍କୁ ନୋବେଲ ପୁରସ୍କାର ମିଳିବ। ଏ ନେଇ ସ୍ବିଡେନର ଷ୍ଟକହୋମ ସହରରେ ସୋମବାର ନୋବେଲ କମିଟିର ମୁଖ୍ୟ ଥୋମାସ ପର୍ଲମାନ ଘୋଷଣା କରିଛନ୍ତି।

Share