Categories: ଜାତୀୟ

ବଦଳିପାରେ ହରିୟାଣା ବିଧାନସଭା ନିର୍ବାଚନ ତାରିଖ, ନିର୍ବାଚନ କମିଶନର କରିବେ ବଡ଼ ଘୋଷଣା!

ଚଣ୍ଡିଗଡ,୨୫।୮: ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି। ସୂଚନା ମୁତାବକ ନିର୍ବାଚନ ତାରିଖରେ ପରିବର୍ତ୍ତନ ହୋଇପାରେ। ନିର୍ବାଚନ କମିଶନର ଏନେଇ ପୁଣିଥରେ ବିଚାର କରିପାରନ୍ତି। ଶନିବାର ଭାଜପା ନେତା ତଥା ହରିୟାଣା ଭାଜପା ରାଜ୍ୟ ସଭାପତି ମୋହନ ଲାଲ ବଡୋଲି ଇସିଙ୍କୁ ଏକ ଚିଠି ଲେଖି ଭୋଟିଂ ତାରିଖ ବଦଳାଇବାକୁ ଦାବି କରିଛନ୍ତି। ଚିଠିରେ କୁହାଯାଇଛି ଯେ ହରିୟାଣାରେ ଭୋଟ ଦେବାର ତାରିଖ ଅକ୍ଟୋବର ୧ ଓ ୪ ରହିଛି। ତେଣୁ ଛୁଟିଦିନ ଯୋଗୁ ଭୋଟ ହାରରେ ହ୍ରାସ ଘଟିପାରେ।

ବାଡୋଲି କହିଛନ୍ତି, ସେପ୍ଟେମ୍ବର ୨୮ ତାରିଖ ଶନିବାର ଏବଂ ସେପ୍ଟେମ୍ବର ୨୯ ରବିବାର। ଅକ୍ଟୋବର ୨ ରେ ଗାନ୍ଧୀ ଜୟନ୍ତୀ ଛୁଟି ଥିବାବେଳେ ଅକ୍ଟୋବର ୧ ତାରିଖରେ ମତଦାନ ଅନୁଷ୍ଠିତ ହେବ। ୩ ଅକ୍ଟୋବରରେ ଉଗ୍ରସେନ ଜୟନ୍ତୀ ଛୁଟିଦିନ ଅଛି।

ଇସିଙ୍କୁ ଭାଜପା ଲେଖିଥିବା ଚିଠିରେ ଭୁପିନ୍ଦର ସିଂ ହୁଡା କହିଛନ୍ତି, ନିର୍ବାଚନ ସୂଚୀ ଘୋଷଣା ହେବାର ଏକ ସପ୍ତାହରୁ ଅଧିକ ସମୟ ବିତିଯାଇଛି। କାହିଁକି ଏତେ ଦିନ ପର୍ଯ୍ୟନ୍ତ ଭାଜପା ଚୁପ ରହିଥିଲା? ଏଥିସହ ଦୀପନ୍ଦର ସିଂ ହୁଡା କହିଛନ୍ତି ଯେ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ହରିୟାଣା ଭାଜପା ଇସିଙ୍କୁ ଏକ ଚିଠି ଲେଖିଛି, ଯାହା ଦର୍ଶାଉଛି ଯେ ଭାଜପା ନିର୍ବାଚନକୁ ନେଇ କେତେ ନର୍ଭସ ଅଛି।

Share