Categories: ଜାତୀୟ

କୃଷକଙ୍କ ସମର୍ଥନରେ ଦଳ ଛାଡିଲେ ଭାଜପା ନେତା !

ସିରସା,୪ ।୧୨: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି କୃଷକମାନେ କରିଥିବା ଆନ୍ଦୋଳନ ବେଳକୁ ବେଳ ରାଜନୈତିକ ରୂପ ନେବାରେ ଲାଗିଛି । ପ୍ରଥମେ କୃଷକଙ୍କୁ ସମର୍ଥନ କରି ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦ୍ମ ପୁରସ୍କାର ଫେରାଇ ଦେଇଥିବା ବେଳେ ଏବେ ସାହିତ୍ୟିକମାନେ ମଧ୍ୟ ସେମାନଙ୍କ ପୁରସ୍କାର ଫେରାଇ ଦେଇଛନ୍ତି । ତେବେ କେନ୍ଦ୍ରର ଭାରତୀୟ ଜନତା ପାର୍ଟି(ଭାଜପା) ସରକାର ବିରୋଧରେ ପ୍ରଦର୍ଶନ ଜାରି ରହିଥିବା ବେଳେ ଭାଜପାର ଜଣେ ନେତା କୃଷକଙ୍କୁ ସମର୍ଥନ କରି ଦଳ ଛାଡିବା ରାଜନୀତିକୁ କରିଛି ଆହୁରି ସରଗରମ । ସୂଚନାନୁଯାୟ, କୃଷକଙ୍କୁ ସମର୍ଥନ କରି ହରିୟାଣାର ପୂର୍ବତନ ଜଳସେଚନ ମନ୍ତ୍ରୀ ଜଗଦିଶ ନେହେରାଙ୍କ ପୁଅ ତଥା ଭାଜପା ନେତା ସୁରେନ୍ଦ୍ର ନେହେରା ଭାଜପା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ଏବେ ସେ କୃଷକଙ୍କ ଆନ୍ଦୋଳନରେ ସାମିଲ ହେବେ ବୋଲି କହିଛନ୍ତି । ସୁରେନ୍ଦ୍ର ନେହେରା କହିଛନ୍ତି ପ୍ରଥମେ ସେ ଜଣେ କୃଷକ ପରେ ଜଣେ ରାଜନେତା । ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ସରକାର କୃଷକଙ୍କ ଦାବି ମାନି ନିଅନ୍ତୁ । ସେ କାହାର ନାଁ ନ ନେଇ କହିଛନ୍ତି ଯେଉଁମାନେ କୃଷକଙ୍କ ପାଇଁ ନିର୍ବାଚନ ଜିତିଛନ୍ତି ସେମାନେ ଏବେ କୃଷକଙ୍କ ସମର୍ଥନରେ ଆସୁ ନାହାନ୍ତି ।

Share