Categories: ଜାତୀୟ

ହରିୟାଣାରେ କଂଗ୍ରେସ ଦେଖାଇଲା ଆଶା

ସୋନିପଥ,୧୦ ।୧୧: ଦେଶର ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଉପ ନିର୍ବାଚନକୁ ନେଇ ଏବେ ସବୁଠି ଚାଲିଛି ଚର୍ଚ୍ଚା । ବିଶେଷ କରି ବିହାର ବିଧାନସଭା ଉପରେ ସମସ୍ତଙ୍କ ନଜର ଥିବା ବେଳେ ଅନ୍ୟ ରାଜ୍ୟ ଗୁଡିକୁ ନେଇ ମଧ୍ୟ ଚାଲିଛି ଅଙ୍କ କଷା । ହରିୟାଣାର ବରୋଦା ବିଧାନସଭା ଆସନକୁ ଆଜି ତା’ର ବିଧାୟକ ମିଳିଯିବ । ଉପନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଯାଇଥିବା ବେଳେ ଏଠାରେ ପଞ୍ଚମ ରାଉଣ୍ଡ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ଆଗରେ ଥିବା ଜଣାପଡିଛି । ଏଠାରେ ଭାରତୀୟ ଜନତା ପାର୍ଟି(ଭଜାପା) ପ୍ରାର୍ଥୀ ତଥା ରେସଲର ଯୋଗେଶ୍ୱର ଦତ୍ତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଭୁପେନ୍ଦ୍ର ହୁଡ୍ଡାଙ୍କ ଗଡ ବୋଲି କୁହାଯାଉଥିବା ବରୋଦାରେ ଏପର୍ଯ୍ୟନ୍ତ କଂଗ୍ରେସ ବିଧାୟକ ରହି ଆସିଥିବା ବେଳେ କିଛିଦିନ ତଳେ କଂଗ୍ରେସ ବିଧାୟକ ଶ୍ରୀକୃଷ୍ଣ ହୁଡ୍ଡାଙ୍କ ମୃତ୍ୟୁ କାରଣରୁ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଛି । ତେଣୁ କଂଗ୍ରେସ ଏଥର ବି ଏଠାରେ ବାଜି ମାରିବାକୁ ପ୍ରାଣପଣେ ଚେଷ୍ଟା କରିଛି ବୋଲି କୁହାଯାଉଛି ।

Share