Categories: ଜାତୀୟ

ଚାକିରି ମାଗୁଥିବା ମହିଳାଙ୍କୁ ଅଜବ ଉତ୍ତର ଦେଇ ବିବାଦରେ ହରିୟାଣା ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୭ା୯: ଚାକିରି ମାଗୁଥିବା ଜଣେ ମହିଳାଙ୍କୁ ଦେଇଥିବା ଅଜବ ଉତ୍ତରକୁ ନେଇ ହରିୟାଣା ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ଦଳ (ଭାଜପା) ନେତା ମନୋହର ଲାଲ ଖଟ୍ଟର ବିରୋଧର ସମ୍ମୁଖୀନ ହୋଇଛନ୍ତି। ମନୋହରଙ୍କ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି, ମହିଳା ଜଣକ ମୁଖ୍ୟମନ୍ତ୍ରୀଙ୍କୁ ଗାଁରେ କାରଖାନା ଖୋଲିବାକୁ କହୁଛନ୍ତି। ଯାହା ଦ୍ୱାରା ସେମାନେ ଚାକିରି ପାଇପାରିବେ। ମୁଖ୍ୟମନ୍ତ୍ରୀ ଅହଂକାରରେ ମହିଳାଙ୍କୁ ଉତ୍ତର ଦେଇ କହିଥିଲେ ଯେ, ଆପଣଙ୍କୁ ଏଥର ଚନ୍ଦ୍ରୟାନ-୪ରେ ମହାକାଶକୁ ପଠାଇଦେବୁ। ବସି ପଡ଼। ଏହା ଶୁଣି ଉପସ୍ଥିତ ଜନତା କ୍ରୋଧ ପ୍ରକାଶ କରିଛନ୍ତି।

Share