Categories: ଜାତୀୟ

କର୍ନଲ ଏସ୍‌ଡିଏମ୍‌ଙ୍କୁ ସମର୍ଥନ କଲେ ହରିୟାଣା ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼, ୩୧।୮: ହରିୟାଣାର କର୍ନଲ ଜିଲାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚାଷୀଙ୍କ ମୁଣ୍ଡ ଫଟାଇବା ଲାଗି ପୋଲିସକୁ ନିର୍ଦ୍ଦେଶ ଦେଇ ସ୍ଥାନୀୟ ଏସ୍‌ଡିଏମ୍‌ ଆୟୁଷ ସିହ୍ନା ବିବାଦ ଘେରକୁ ଆସିଛନ୍ତି। ଏସ୍‌ଡିଏମ୍‌ ଆୟୁଷଙ୍କ କଠୋରତାକୁ ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟର ସମର୍ଥନ କରିଛନ୍ତି। ଏଭଳି କଠୋରତାର ଆବଶ୍ୟକତା ରହିଛି। ତେବେ ଅଫିସର ବ୍ୟବହାର କରିଥିବା ଶବ୍ଦ ଠିକ୍‌ ନ ଥିଲା ବୋଲି ସେ କହିଛନ୍ତି। ଆନ୍ଦୋଳନରତ ଚାଷୀଙ୍କ ଉପରେ ଲାଠିଚାଳନା ଏକ ପ୍ରଶାସନିକ ପ୍ରସଙ୍ଗ। ଆଇନ ଶୃଙ୍ଖଳା ରକ୍ଷା ପାଇଁ କଠୋରତାର ଆବଶ୍ୟକ ରହିଥିବା ମୁଖ୍ୟମନ୍ତ୍ରୀ ସୋମବାର ଖବରଦାତାମାନଙ୍କୁ କହିଛନ୍ତି।

Share