ଆଜି ହରିୟାଣା ସରକାରଙ୍କ ଶପଥ ଗ୍ରହଣରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୭।୧୦(ସୁନିତ୍‌ ମିଶ୍ର): ହରିୟାଣାରେ ଭାଜପା ନେତୃତ୍ୱାଧୀନ ନୂଆ ସରକାରର ଶପଥ ଗ୍ରହଣ ସମାରୋହ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହେବେ। ଏନେଇ ମୁଖ୍ୟମନ୍ତ୍ରୀ ବୁଧବାର ୪ ଦିନିଆ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ ହରିୟାଣା ଏବଂ ବମ୍ବେ ଗସ୍ତ କରିବେ। ଏହାସହ ଚଣ୍ଡିଗଡ଼ ଠାରେ ହେବାକୁ ଥିବା ଏନ୍‌ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ମଧ୍ୟ ସେ ଯୋଗଦେବା କାର୍ଯ୍ୟକ୍ରମ ଅଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଚଣ୍ଡିଗଡ଼ଠାରେ ୧୭ ତାରିଖରେ ହରିୟାଣାର ନବନିର୍ବାଚିତ ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ। ଅପରାହ୍ନରେ ଚଣ୍ଡିଗଡ଼ଠାରେ ଏନ୍‌ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ସାମିଲ ହେବେ। ଏହାପରେ ମୁଖ୍ୟମନ୍ତ୍ରୀ ବମ୍ବେ ଗସ୍ତରେ ଯାଇ ୧୮ ତାରିଖ ଅପରାହ୍ନ ଓ ୧୯ ତାରିଖ ପୂର୍ବାହ୍ନରେ ମୁମ୍ବାଇର ଏକ ତାରକା ହୋଟେଲରେ ଆୟୋଜିତ ନିବେଶକ ସମ୍ମିଳନୀରେ ସାମିଲ ହେବେ। ଇଣ୍ଡିଆନ କେମିକାଲ୍ସ ଆଣ୍ଡ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ସମ୍ଭାବନା ସମ୍ବନ୍ଧିତ ଏକ ସମ୍ମିଳନୀରେ ଯୋଗଦେବା ସହ ମେକ୍‌ ଇନ୍‌ ଓଡ଼ିଶା ପାଇଁ ନିବେଶକଙ୍କ ସମ୍ମିଳନୀରେ ଯୋଗଦେବେ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ୧୯ ତାରିଖ ସା କିମ୍ବା ୨୦ ତାରିଖରେ ଭୁବନେଶ୍ୱର ଫେରିବା କାର୍ଯ୍ୟକ୍ରମ ରହିଛି। ଫେରିବା ନେଇ ଏ ପର୍ଯ୍ୟନ୍ତ କିଛି ଚୂଡ଼ାନ୍ତ ହୋଇ ନ ଥିବା ଜଣାପଡ଼ି ନାହିଁ। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ମଧ୍ୟ ଗସ୍ତ କରିଛନ୍ତି। ତେବେ ସୂଚନା ମୁତାବକ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ବିମାନରେ ଯାଇନାହାନ୍ତି। ତାଙ୍କ ଗସ୍ତରେ ସରକାରୀ ଖର୍ଚ୍ଚ ବଞ୍ଚାଇବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ଆନ୍ଦେଳନକୁ ଓହ୍ଲାଇଲେ ହବିଷ୍ୟାଳୀ, ରାସ୍ତାରେ…

ପୁରୀ,୧୭।୧୦: ଆଜିଠାରୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ। କାର୍ତ୍ତିକରେ ପୁଣ୍ୟ ଅର୍ଜନ ପାଇଁ ପୁରୀରେ ଭିଡ ଲଗାଇଛନ୍ତି ଭକ୍ତ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ସେପଟେ...

ବିରୋଧୀ ଦଳରେ ଯେଉଁ ମଜା ଶାସକ ଦଳରେ ନାହିଁ

ଜଗତ୍‌ସିଂହପୁର, ୧୭ା୧୦(ପ୍ରମୋଦ କୁମାର ନାୟକ): ବିରୋଧୀ ଦଳରେ ରହିଲେ ଯେଉଁ ମଜା ଅଛି, ତାହା ଶାସକ ଦଳରେ ନାହିଁ। ଦୀର୍ଘ ୧୦ ବର୍ଷ ଭିତରେ ମୁଁ...

୩ କଂଗ୍ରେସ ନେତାଙ୍କ ନାଁରେ ମାମଲା

ଭୁବନେଶ୍ୱର,୧୭ା୧୦ (ସତ୍ୟଜିତ୍‌ ରାଉତ): ୨୦୨୪ ନିର୍ବାଚନ ବେଳେ ପ୍ରଚାର ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସକୁ ଏଲ୍‌ଇଡି ଟିଭି ଓ ଗାଡ଼ି ଯୋଗାଇ ଜଣେ ବ୍ୟବସାୟୀ ୧.୪୨...

ଜନ ଔଷଧୀ ନାମରେ ନକଲି ଔଷଧ ବିକ୍ରି ନିଷେଧ

ଭୁବନେଶ୍ୱର,୧୭ା୧୦ (ଅନୁରାଧା ମହାରଣା): ମଧ୍ୟପ୍ରଦେଶର ଭୋପାଳରେ ଜନ ଔଷଧୀ ସଂଘ ନାମରେ କାର୍ଯ୍ୟ କରୁଥିବା ଏକ ସଂସ୍ଥା କେନ୍ଦ୍ର ଫାର୍ମାସ୍ୟୁଟିକାଲ୍ସ ବିଭାଗ ଅଧୀନ ଫାର୍ମାସ୍ୟୁଟିକାଲ୍ସ ଆଣ୍ଡ...

ଦିଲ୍ଲୀ ବଳାତ୍କାର ଘଟଣାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୧୦(ସୁନୀତ କୁମାର ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ନୂଆଦିଲ୍ଲୀ ଗସ୍ତ ସମୟରେ ରାଜଧାନୀ ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ବଳାତ୍କାର ଘଟଣାର ବିଭିନ୍ନ ଦିଗ...

୧୮ରୁ ୨ ଦ୍ୱାରରେ ଶ୍ରୀମନ୍ଦିର ପ୍ରବେଶ

ପୁରୀ,୧୭ା୧୦( ଅଜିତ୍‌ କୁମାର ମହାନ୍ତି): କାର୍ତ୍ତିକ ମାସକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଛି ଶ୍ରୀମନ୍ଦିର ପ୍ରଶାସନ। ଆସନ୍ତା ୧୮ ତାରିଖରୁ ଦୁଇଟି...

୨୨ରେ ଲଘୁଚାପ ସମ୍ଭାବନା: ଆସୁଛି ବଡ଼ ବର୍ଷା

ଭୁବନେଶ୍ୱର,୧୭ା୧୦ (ଅନିଲ ଦାସ): ଆସୁଛି ଆଉ ଏକ ବଡ଼ ବର୍ଷା। ଉପକୂଳରୁ ଆଭ୍ୟନ୍ତରୀଣ ସବୁଠି ବର୍ଷିବ। କେତେକ ସ୍ଥାନରେ ଅତି ପ୍ରବଳ ବର୍ଷାର ମଧ୍ୟ ସମ୍ଭାବନା...

ବିଳମ୍ବରେ ପହଞ୍ଚତ୍ବାରୁ ପୋଲିସକୁ ମାଡ଼

ସୋନପୁର/ବିନିକା,୧୭।୧୦(ମୃତ୍ୟୁଞ୍ଜୟ ଶତପଥୀ/ ରାମଗୋପାଳ ବାଘ): ଚୋରି ଅଭିଯୋଗରେ ୩ ନାବାଳକଙ୍କୁ ଗ୍ରାମବାସୀ ମଙ୍ଗଳବାର ରାତି ସାରା କ୍ଲବ୍‌ ଘରେ ରଖିଲେ। ସୂଚନା ପାଇ ବୁଧବାର ପୋଲିସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri