ହରିୟାଣାରେ କରୋନା ବିସ୍ଫୋରଣ, ୫ ଜିଲାରେ ମହାମାରୀ ଆଲର୍ଟ, ସିନେମାହଲରେ ତାଲା

ଚଣ୍ଡିଗଡ଼,୨ ।୧: ଦେଶରେ ପୁଣିଥରେ ବଢିବାରେ ଲାଗିଲାଣି କରୋନା ସଂକ୍ରମଣ । ଏହାକୁ ନେଇ ବିଭିନ୍ନ ରାଜ୍ୟ ସରକାର ନୂଆ ନୂଆ ଗାଇଡ ଲାଇନ୍ ଜାରି କଲେଣି । ହରିୟାଣାରେ ବେଳକୁ ବେଳ କରୋନା ବେକାବୁ ହେବାରୁ ଏଠାରେ ୫ ଜିଲାରେ ମିନି ଲକଡଉନ ଘୋଷଣା କରାଯାଇଛି । ଗୁରୁଗ୍ରାମ, ଫରିଦାବାଦ, ଅମ୍ବାଲା, ପଞ୍ଚକୁଲା ଓ ସୋନିପଥରେ ସିନେମାହଲ, ଥିଏଟର, ସ୍କୁଲ, କଲେଜ, ଜିମ ଆଦିକୁ ବନ୍ଦ କରି ଦିଆଯାଇଛି । ଏବେ ସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜାନୁୟାରୀ ୧୨ ପର୍ଯ୍ୟନ୍ତ ଏହି ଗାଇଡ୍‌ଲାଇନ ଜାରି କରାଯାଇଛି । ସୂଚନାଯୋଗ୍ୟ, ଗୁରୁଗ୍ରାମ ଓ ଫରିଦାବାଦରେ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଏବେ ଏହା ଚିନ୍ତାର କାରଣ ପାଲଟିଛି । ଆଗକୁ ଏହି ସଂକ୍ରମଣକୁ ରୋକିବାକୁ ସରକାର କରୋନା ଗାଇଲାଇନକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହରିୟାଣାରେ ପ୍ରତିବନ୍ଧକ ଲାଗିବା ପରେ ରାଜଧାନୀ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ଦିଲ୍ଲୀରେ ବି ଗତ ୨୪ ଘଣ୍ଟାରେ ୨ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ରେଡ ଆଲର୍ଟ ଆଡକୁ ଇଙ୍ଗିତ କରୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ହେବ ସରକାରୀ-ନିୟନ୍ତ୍ରିତ କର୍କଟ, ହୃଦଘାତ, ମଧୁମେହ ଔଷଧ: ସୂତ୍ର

ନୂଆଦିଲ୍ଲୀ,୨୭।୩: କର୍କଟ, ମଧୁମେହ, ହୃଦଘାତ ଏବଂ ଅନ୍ୟାନ୍ୟ ଆଣ୍ଟିବାୟୋଟିକ୍ ସମେତ ସରକାର-ନିୟନ୍ତ୍ରିତ ଔଷଧଗୁଡ଼ିକ ଖୁବ୍ ଶୀଘ୍ର ମହଙ୍ଗା ହେବ। ରିପୋର୍ଟ ଅନୁଯାୟୀ ଏହି ଔଷଧଗୁଡ଼ିକର ମୂଲ୍ୟ...

ଗଛ କାଟିବା ମଣିଷ ହତ୍ୟାଠାରୁ ବଡ଼ ଅପରାଧ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୬।୩: ଏକ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କହିଛନ୍ତି, ବହୁ ସଂଖ୍ୟାରେ ଗଛ କାଟିବା ମଣିଷ ହତ୍ୟାଠାରୁ ମଧ୍ୟ ଘୃଣ୍ୟ କାର୍ଯ୍ୟ। ଏହାସହ ସର୍ବୋଚ୍ଚ...

ପିଲାଙ୍କ ବୁଦ୍ଧି ଭ୍ରଷ୍ଟ କରୁଛି ଭିଡିଓ ଗେମ୍: ସହପାଠୀଙ୍କ ୧୦ ଟଙ୍କାର ଚ୍ୟାଲେଞ୍ଜରେ ହାତ କାଟିଦେଲେ ୪୦ ଛାତ୍ର

ଗୁଜରାଟ,୨୬।୩: ମାତ୍ର ୧୦ ଟଙ୍କା ପାଇଁ ସହପାଠୀଙ୍କ ପ୍ରରୋଚନାରେ ହାତ କାଟିଦେଲେ ୪୦ ସ୍କୁଲ ଛାତ୍ର। ଏଭଳି ଏକ ବିଚିତ୍ର କାଣ୍ଡ ଘଟିଛି ଗୁଜରାଟର ମୋଟା...

ଟ୍ରମ୍ପଙ୍କ ଧମକ ପରେ ସତରେ କ’ଣ ଶୁଳ୍କ ହ୍ରାସ କରିବାକୁ ପ୍ରସ୍ତୁତ ହେଉଛି ଭାରତ? ଜାଣନ୍ତୁ ଅପଡେଟ

ନୂଆଦିଲ୍ଲୀ,୨୬।୩: ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ, ସାରା ବିଶ୍ୱରେ ଶୁଳ୍କ ଯୁଦ୍ଧକୁ ନେଇ ହଙ୍ଗାମା ଚାଲିଛି। ଭାରତ ଏବଂ ଆମେରିକା ମଧ୍ୟ ବାଣିଜ୍ୟ...

କଂଗ୍ରେସ ବିରୋଧରେ ସୁନା ଇଟା ଧରି ବିରୋଧ ପ୍ରଦର୍ଶନ କଲା BRS

ହାଇଦ୍ରାବାଦ,୨୬।୩: ବୁଧବାର ତେଲଙ୍ଗାନା ବିଧାନ ପରିଷଦରେ କଂଗ୍ରେସ ସରକାରଙ୍କ ବିରୋଧରେ ଭାରତ ରାଷ୍ଟ୍ର ସମିତି (BRS)ର ଜଣେ MLC ଏକ ଅନନ୍ୟ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି।...

ମନରେଗା ଯୋଜନାରେ ପଞ୍ଜିକୃତ ହେଲେ ମହମ୍ମଦ ଶାମିଙ୍କ ଭଉଣୀ, ଭିଣୋଇ: ରିପୋର୍ଟ

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ଭଉଣୀ ଏବଂ ଭିଣୋଇ କେନ୍ଦ୍ର ସରକାରଙ୍କ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା...

ଏହି Gold Schemeକୁ ବନ୍ଦ କରିଦେଲେ ସରକାର, କ’ଣ ଆପଣଙ୍କର ଜମା ଟଙ୍କା ଫସିଗଲା କି? ଜାଣନ୍ତୁ ଆଗକୁ କ’ଣ ହେବ…

ନୂଆଦିଲ୍ଲୀ,୨୬।୩: ମୋଦି ସରକାରଙ୍କ ବଡ଼ ଘୋଷଣା। ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ, କେନ୍ଦ୍ର ସରକାର ୨୬ ମାର୍ଚ୍ଚ, ୨୦୨୫ (ବୁଧବାର) ଠାରୁ Gold Monetization Scheme...

ବିରୋଧୀଙ୍କ ସ୍ୱରକୁ ଚାପି ଦେଉଛନ୍ତି ବାଚସ୍ପତି! ରାହୁଲ ଗାନ୍ଧୀ ଲଗାଇଲେ ବଡ଼ ଅଭିଯୋଗ

ନୂଆଦିଲ୍ଲୀ,୨୬।୩: ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଟାର୍ଗେଟ କରି ବିରୋଧୀ ଦଳ ନେତା ବଡ଼ ଅଭିଯୋଗ ଲଗାଇଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି ଯେ ତାଙ୍କୁ ଗୃହରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image