ହରିୟାଣାରେ କରୋନା ବିସ୍ଫୋରଣ, ୫ ଜିଲାରେ ମହାମାରୀ ଆଲର୍ଟ, ସିନେମାହଲରେ ତାଲା

ଚଣ୍ଡିଗଡ଼,୨ ।୧: ଦେଶରେ ପୁଣିଥରେ ବଢିବାରେ ଲାଗିଲାଣି କରୋନା ସଂକ୍ରମଣ । ଏହାକୁ ନେଇ ବିଭିନ୍ନ ରାଜ୍ୟ ସରକାର ନୂଆ ନୂଆ ଗାଇଡ ଲାଇନ୍ ଜାରି କଲେଣି । ହରିୟାଣାରେ ବେଳକୁ ବେଳ କରୋନା ବେକାବୁ ହେବାରୁ ଏଠାରେ ୫ ଜିଲାରେ ମିନି ଲକଡଉନ ଘୋଷଣା କରାଯାଇଛି । ଗୁରୁଗ୍ରାମ, ଫରିଦାବାଦ, ଅମ୍ବାଲା, ପଞ୍ଚକୁଲା ଓ ସୋନିପଥରେ ସିନେମାହଲ, ଥିଏଟର, ସ୍କୁଲ, କଲେଜ, ଜିମ ଆଦିକୁ ବନ୍ଦ କରି ଦିଆଯାଇଛି । ଏବେ ସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜାନୁୟାରୀ ୧୨ ପର୍ଯ୍ୟନ୍ତ ଏହି ଗାଇଡ୍‌ଲାଇନ ଜାରି କରାଯାଇଛି । ସୂଚନାଯୋଗ୍ୟ, ଗୁରୁଗ୍ରାମ ଓ ଫରିଦାବାଦରେ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଏବେ ଏହା ଚିନ୍ତାର କାରଣ ପାଲଟିଛି । ଆଗକୁ ଏହି ସଂକ୍ରମଣକୁ ରୋକିବାକୁ ସରକାର କରୋନା ଗାଇଲାଇନକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହରିୟାଣାରେ ପ୍ରତିବନ୍ଧକ ଲାଗିବା ପରେ ରାଜଧାନୀ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ଦିଲ୍ଲୀରେ ବି ଗତ ୨୪ ଘଣ୍ଟାରେ ୨ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ରେଡ ଆଲର୍ଟ ଆଡକୁ ଇଙ୍ଗିତ କରୁଛି ।

Share