ହରିୟାଣାରେ ଜାରି ହେଲା କୋଭିଡ ଗାଇଡ୍‌ଲାଇନ୍‌

ହରିୟାଣା,୩।୪: ଦେଶରେ ପୁଣି ଥରେ କରୋନା ଭାଇରସ୍‌ ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ହରିୟାଣାରେ ବର୍ଦ୍ଧିତ କରୋନା ମାମଲା ସରକାରଙ୍କ ଚିନ୍ତା ବଢ଼ାଇଛି। ଏହାକୁ ନେଇ ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ୍‌ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ କରୋନାରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ କୋଭିଡ ପ୍ରୋଟୋକଲ ଅନୁସରଣ କରିବା ଆବଶ୍ୟକ। ଯେଉଁଠାରେ ୧୦୦ରୁ ଅଧିକ ଲୋକଙ୍କ ଭିଡ଼ ଜମା ଅଛି, ସେଠାରେ ମାସ୍କ ପିନ୍ଧିବା ଜରୁରୀ। ଆଉ ଏହି ନିର୍ଦ୍ଦେଶ ସରକାର ଦେଇଛନ୍ତି। ବର୍ତ୍ତମାନ ହରିୟାଣାରେ ଆକ୍ଟିଭ ରୋଗୀଙ୍କ ସଂଖ୍ୟା ୭୨୪ ରହିଥିବା ବେଳେ କିନ୍ତୁ ସେମାନଙ୍କ ମଧ୍ୟରୁ କେହି ଡାକ୍ତରଖାନାରେ ଭର୍ତ୍ତି ହୋଇନାହାନ୍ତି। ସୂଚନାଯୋଗ୍ୟ, ରବିବାର ହରିୟାଣାରେ ୨୦୩ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଥିଲା। ଏହାକୁ ମିଶାଇ ଆକ୍ଟିଭ ରୋଗୀଙ୍କ ସଂଖ୍ୟା ୭୨୪ରେ ପହଞ୍ଚିଛି। ରିପୋର୍ଟ ଅନୁଯାୟୀ, ଗୁରୁଗ୍ରାମ, ଫରିଦାବାଦ, ପଞ୍ଚକୁଲା ସମେତ ହରିୟାଣାର ୧୧ଟି ଜିଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି।

Share