ମଣିଷ ସହ ମଣିଷର ବିବାହକୁ ତ ଆପଣ ଦେଖିଥିବେ। ହେଲେ କେବେ ଦେଖିଛନ୍ତି କି ପଶୁ ସହ ପଶୁର ବିବାହ? ଆଜ୍ଞା ହିଁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ହରିୟାଣାର ଗୁରୁଗ୍ରାମରେ। ଏକ ଦମ୍ପତି ସେମାନଙ୍କ ସୁଇଟି ନାମକ ପୋଷା କୁକୁର ସହ ପଡୋଶୀ
ଶେରୁ ନାମକ କୁକୁର ସହ ବିବାହ କରିଛନ୍ତି। ସେମାନଙ୍କ ବିବାହ ହିନ୍ଦୁ ରୀତିନୀତି ଅନୁଯାୟୀ ହୋଇଥିଲା। ବିବାହ ପୂର୍ବରୁ ଦୁହିଁଙ୍କ ହଳଦୀ ସମାରୋହ ବି ଆୟୋଜିତ କରାଯାଇଥିଲା। ତାଙ୍କ ବିବାହରେ ପାଖାପାଖି ୧୦୦ଟି ବିବାହ ନିମନ୍ତ୍ରଣ କାର୍ଡ ବଣ୍ଟାଯାଇଥିଲା। ଆଉ ବିବାହ ଦେଖିବାକୁ ମଧ୍ୟ ବହୁ ଲୋକ ସମାଗମ ହୋଇଥିଲେ।
ଏହାକୁ ନେଇ କୁକୁରର ମାଲିକ ସବିତା କହିଛନ୍ତି, ମୁଁ ଏକ ଗୃହପାଳିତ ପଶୁପ୍ରେମୀ। ମୋର କୌଣସି ସନ୍ତାନ ନାହିଁ। ତେଣୁ ସୁଇଟିକୁ ଆମର ପିଲା ଭଳି ପାଳୁଥିଲୁ। ଦିନେ ମୋ ସ୍ବାମୀ ମନ୍ଦିରକୁ ଯାଇ ପଶୁମାନଙ୍କୁ ଖାଇବାକୁ ଦେଉଥିଲେ। ସେହି ସମୟରେ ସୁଇଟି ଅନୁସରଣ କରି ପଳାଇ ଆସିଥିଲା। ସେବେଠାରୁ ସେ ଆମ ପାଖରେ ରହୁଛି। ଆମେ ତା’ ନାଁ ସୁଇଟି ବୋଲି ରଖିଥିଲୁ।