ହରିୟାଣା ଉପମୁଖ୍ୟମନ୍ତ୍ରୀଙ୍କୁ କରୋନା

ଚଣ୍ଡିଗଡ଼, ୬।୧୦: ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌତଲା କରୋନା ଆକ୍ରାନ୍ତ ହୋଇଛନ୍ତି। କରୋନା ପଜିଟିଭ ହୋଇଥିବା ନେଇ ଦୁଶ୍ୟନ୍ତ ନିଜେ ସୂଚନା ଦେବା ସହ ଭଲ ଅନୁଭବ କରୁଥିବା କହିଛନ୍ତି। ‘ଜ୍ୱର ଭଳି ଲକ୍ଷଣ ନାହିଁ। କିନ୍ତୁ ରିପୋର୍ଟ ପଜିଟିଭ ଆସିଛି। ମୁଁ ନିଜକୁ ସେଲ୍ଫ ଆଇସୋଲେଶନରେ ରଖିଛି। ଗତ ସପ୍ତାହରେ ମୋତେ ଭେଟିଥିବା ଲୋକଙ୍କୁ ପରୀକ୍ଷା କରାଇନେବାକୁ ଅନୁରୋଧ କରୁଛି’ ବୋଲି ଜେଜେପି ନେତା ଚୌତଲା ଏହି ଅବସରରେ କହିଛନ୍ତି। ଏଥିପୂର୍ବରୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର, କିଛି ମନ୍ତ୍ରୀ, ବାଚସ୍ପତି ଜିଆନ ଚାନ୍ଦ ଗୁପ୍ତା ଏବଂ ରାଜ୍ୟର କିଛି ବିଧାୟକ ଓ ଏମ୍‌ପି କରୋନା ଆକ୍ରାନ୍ତ ହୋଇ ପରେ ଆରୋଗ୍ୟ ଲାଭ କରିଥିଲେ।

Share