Categories: ଜାତୀୟ

ହରିୟାଣା ନିର୍ବାଚନ: ଷ୍ଟାର ପ୍ରଚାରକଙ୍କ ତାଲିକାରେ ରହିଛି ପ୍ରଧାନମନ୍ତ୍ରୀ ମୋଦି, ବବିତା ଫୋଗାଟଙ୍କ ସମେତ ଏସବୁ ନେତାଙ୍କ ନାମ

ଚଣ୍ଡିଗଡ଼,୧୩।୯: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇଛି। ରାଜ୍ୟରେ ନିର୍ବାଚନ ପ୍ରଚାର ପାଇଁ ୪୦ ୪୦ନେତାଙ୍କୁ ବାଛିଛି। ଏହି ୪୦ନେତାଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା, ରାଜନାଥ ସିଂ, ଅମିତ ଶାହା ଏବଂ ନିତିନ ଗଡକରୀଙ୍କ ନାମ ମଧ୍ୟ ରହିଛି। ସୂଚନାଯୋଗ୍ୟ, ଆସନ୍ତା ମାସରେ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ।

ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରଚାରରେ ଦେଖିବାକୁ ମିଳିବ। ଏଥିମଧ୍ୟରେ ହରିୟାଣା ମୁଖ୍ୟମନ୍ତ୍ରୀ ନୟାବ ସିଂ ସାଇନି, କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂ ଚୌହାନ, ପୀୟୁଷ ଗୋୟଲ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏବଂ ରେସଲରରୁ ରାଜନେତା ହୋଇଥିବା ବବିତା ଫୋଗାଟ ଅଛନ୍ତି।
ସୂଚନାଯୋଗ୍ୟ, ହରିୟାଣା ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ରର ଶେଷ ଦିନ ଗୁରୁବାର ଅର୍ଥାତ୍‌ ୧୨ ସେପ୍ଟେମ୍ବର ଥିଲା। ତେବେ ନାମାଙ୍କନପତ୍ର ଶେଷ ହେବାର ଗୋଟିଏ ଦିନ ପୂର୍ବରୁ ଭାଜପା ସମେତ ଅନେକ ଦଳ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲେ। ବୁଧବାର ଭାଜପା ତୃତୀୟ ପ୍ରାର୍ଥୀ ତାଲିକା ମଧ୍ୟ ପ୍ରକାଶ କରିଛି। ଏହି ତାଲିକାରେ ଦଳ ସିରସା ଠାରୁ ରୋହତାଶ ଜାଙ୍ଗଡା, ମହେନ୍ଦ୍ରଗଡରୁ କନୱର ସିଂ ଯାଦବ ଏବଂ ଫରିଦାବାଦ ଏନଆଇଟିରୁ ସତୀଶ ଫାଗନାଙ୍କୁ ପ୍ରାର୍ଥୀ କରିଛି।

Share