Posted inଜାତୀୟ

ହରିୟାଣା ଏକଜିଟ୍‌ ପୋଲ୍‌: ଭାଜପାକୁ ଜବରଦସ୍ତ ଝଟ୍‌କା, ସରକାର ଗଢିବାକୁ ଯାଉଛି…

ନୂଆଦିଲ୍ଲୀ,୫।୧୦: ଆସିଛି ଭୋଟ ବାହୁଡା ମତ। ହରିୟାଣା, ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଭୋଟିଂ ସରିବା ପରେ ପ୍ରକାଶ ପାଇଛି ଏକଜିଟ୍‌ ପୋଲ୍‌। ହରିୟାଣା ବିଧାନସଭାର ୯୦ଟି ଆସନ ପାଇଁ ଭୋଟ ଶେଷ ହେବା ପରେ ସମସ୍ତଙ୍କ ଅପେକ୍ଷା ଅକ୍ଟୋବର ୮କୁ। କାରଣ ସେହିଦିନ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। କିନ୍ତୁ ଏହାପୂର୍ବରୁ ଆସିଛି ଏକଜିଟ ପୋଲ ରେଜଲ୍ଟ। ତେବେ ଆସନ୍ତୁ ଜାଣିବା ବିଭିନ୍ନ ଏକଜିଟ୍‌ ପୋଲ୍‌ ଏଜେନ୍ସି ଅନୁସାରେ ହରିୟାଣାରେ କିଏ ସରକାର ଗଢିବାକୁ ଯାଉଛି। ୨୦୧୪ ଓ ୨୦୧୯ରେ ହରିୟାଣାରେ କ୍ଷମତା ଦଖଲ କରିଥିବା ଭାଜପାକୁ ଏକଜିଟ ପୋଲ ଫଳାଫଳ ଝଟକା ଦେଇଛି। ହ୍ୟାଟ୍ରିକ ବିଜୟ ପାଇଁ ଲକ୍ଷ୍ୟ ରଖିଥିବା ଭାଜପାକୁ ହରିୟାଣାରେ ପରାଜୟର ସାମ୍ନା କରିବାକୁ ପଡ଼ିପାରେ।ଅଧିକାଂଶ ଏକଜିଟ୍ ପୋଲ ରିପୋର୍ଟରେ କଂଗ୍ରେସ ୧୦ ବର୍ଷ ପରେ ହରିୟାଣାରେ କ୍ଷମତାକୁ ଆସୁଥିବା ଦର୍ଶାଯାଇଛି ।

ଦୈନିକ ଭାସ୍କର ଏକଜିଟ ପୋଲ୍‌ ଅନୁସାରେ ହରିୟାଣାରେ କଂଗ୍ରେସ ସରକାର ଗଢିବାକୁ ଯାଉଛି। ବିଧାନସଭା ୯୦ ଆସନ ମଧ୍ୟରୁ କଂଗ୍ରେସକୁ ୪୪-୫୪ ସିଟ୍‌ ମିଳିପାରେ। ସେହିପରି ଭାଜପାକୁ ୧୫-୨୯ ଆସନ ମିଳିପାରେ ବୋଲି ଆକଳନ ହୋଇଛି।

ସେହିପରି ମ୍ୟାଟ୍ରିଜ ଅନୁସାରେ କଂଗ୍ରେସକୁ ୫୫-୬୨ ସିଟ୍‌ ମିଳିପାରେ। ଭାଜପାକୁ ମାତ୍ର ୧୮-୨୪ ଆସନ ମିଳିପାରେ। ପ୍ରତି ନିର୍ବାଚନରେ କିଙ୍ଗ୍‌ ମେକର୍‌ ସାଜିଥିବା ଜେଜେପି ୦-୩ ଆସନ ପାଇପାରେ ବୋଲି କୁହାଯାଇଛି।

ସେହିପରି ପିପୁଲ ପ୍ଲସ ଅନୁସାରେ କଂଗ୍ରେସକୁ ୪୯-୬୧ ଆସନ ମିଳିପାରେ। ଭାଜପାକୁ ୨୦-୩୨ ଆସନ ମିଳିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୩ ପ୍ରସଙ୍ଗ ହରିୟାଣାରେ କଲା ଓଲଟପାଲଟ, ଏମିତି ହୋଇଥିଲେ…

ନୂଆଦିଲ୍ଲୀ,୫।୧୦: ହରିୟାଣା ବିଧାନସଭା ନିର୍ବାଚନର ମତଦାନ ଶେଷ ହୋଇଛି। ଏଥିସହ ରାଜ୍ୟର ଏକଜିଟ ପୋଲ ମଧ୍ୟ ପ୍ରକାଶ ପାଇଛି। ତେବେ ଏଥରର ଏକଜିଟ୍‌ ପୋଲ୍‌ ସମସ୍ତଙ୍କୁ...

ହରିୟାଣାରେ କାହାର ସରକାର? ସଟ୍ଟା ବଜାର ଦେଲା ବଡ଼ ସିଗନାଲ…

ନୂଆଦିଲ୍ଲୀ,୫।୧୦: ଆସିଛି ଭୋଟ ବାହୁଡା ମତ। ହରିୟାଣା, ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଭୋଟିଂ ସରିବା ପରେ ପ୍ରକାଶ ପାଇଛି ଏକଜିଟ୍‌ ପୋଲ୍‌। ହରିୟାଣାରେ ଗୋଟିଏ...

ପଶ୍ଚିମବଙ୍ଗରେ ପୁଣି ତେଜିଲା ହିଂସା: ୯ବର୍ଷର ଝିଅକୁ ଅତି ନୃଶଂସ ଭାବରେ ବଳାତ୍କାର କରି ହତ୍ୟା, ପୋଲିସ ଆଉଟପୋଷ୍ଟ ଜାଳିଦେଲେ…

କୋଲକାତା,୫ା୧୦: ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲା ଜୟନଗର ଅଞ୍ଚଳର ଏକ ସନ୍ତସନ୍ତିଆ ସ୍ଥାନରୁ ଶନିବାର ସକାଳେ ଜଣେ ୧୦ ବର୍ଷୀୟା ବାଳିକାଙ୍କ ମୃତଦେହ ମିଳିବା ପରେ...

ଏକଜିଟ ପୋଲ ଦେଖି ଢଳିଲେ କି ମେହେବୁବା ମୁଫତି, କହିଲେ ଦେବୁ ସମର୍ଥନ…

ନୂଆଦିଲ୍ଲୀ,୫।୧୦:ପ୍ରାୟ ୧୦ବର୍ଷ ପରେ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହୋଇଛି। ଏଠାରେ ୯୦ଟି ବିଧାନସଭା ଆସନ ପାଇଁ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହୋଇଛି।...

ଜମ୍ମୁ-କଶ୍ମୀରରେ ପଲଟିଲା ବାଜି, ଏଥର ଚମକାଇଦେଲା ଏକଜିଟ ପୋଲ୍‌

ନୂଆଦିଲ୍ଲୀ,୫।୧୦:ପ୍ରାୟ ୧୦ବର୍ଷ ପରେ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହୋଇଛି। ଏଠାରେ ୯୦ଟି ବିଧାନସଭା ଆସନ ପାଇଁ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହୋଇଛି।...

ହରିୟାଣା ଭୋଟିଂ ଭିତରେ ବଡ଼ ଖବର, କଂଗ୍ରେସ ରାଲିରେ ମହିଳା ନେତାଙ୍କ ସହ ଅସଦାଚରଣ, ଭାଇରାଲ ହେଲା ଭିଡିଓ

ଗଣ୍ଡିଗଡ,୫।୧୦: ହରିୟାଣା ନିର୍ବାଚନ ଭିତରେ ଘଟିଛି ବଡ଼ ଅଘଟଣ। ଷ୍ଟେଜ ଉପରେ ମହିଳା ଦଳୀୟ କର୍ମୀ ହୋଇଛନ୍ତି ଅସଦାଚରଣର ଶିକାର। ଏପରି ଘଟଣା ଦେଖିବାକୁ ମିଳିଛି...

ହରିୟାଣା ଏକଜିଟ ପୋଲ୍‌ ପୂର୍ବରୁ ପଲଟିଗଲା ବାଜି! ଏଥର ଭାଜପା…

ନୂଆଦିଲ୍ଲୀ,୫।୧୦: ଆଜି ହରିୟାଣା, ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ ପୂର୍ବରୁ ଏକଜିଟ ପୋଲ ଫଳାଫଳ ଆସିବାକୁ ଯାଉଛି। ହରିୟାଣାରେ ଭୋଟ ସଂଧ୍ୟା ୫ଟାରେ ଶେଷ...

କାହାର ପଲ୍ଲା ଭାରି? ହରିୟାଣା ନିର୍ବାଚନରେ ଏକଜିଟ ପୋଲ୍‌କୁ ନେଇ ବଡ଼ ଖୁଲାସା!

ନୂଆଦିଲ୍ଲୀ,୫।୧୦: ଭୋଟ ଏବଂ ଭୋଟ ଗଣନା ମଧ୍ୟରେ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟକୁ ନିର୍ବାଚନୀ ଭାଷାରେ ଏକଜିଟ ପୋଲ କୁହାଯାଏ। ହରିୟାଣା ଏବଂ ଜମ୍ମୁ କଶ୍ମୀର ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri