Categories: ଜାତୀୟ

ହରିୟାଣା ଏକଜିଟ ପୋଲ୍‌ ପୂର୍ବରୁ ପଲଟିଗଲା ବାଜି! ଏଥର ଭାଜପା…

ନୂଆଦିଲ୍ଲୀ,୫।୧୦: ଆଜି ହରିୟାଣା, ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ ପୂର୍ବରୁ ଏକଜିଟ ପୋଲ ଫଳାଫଳ ଆସିବାକୁ ଯାଉଛି। ହରିୟାଣାରେ ଭୋଟ ସଂଧ୍ୟା ୫ଟାରେ ଶେଷ ହେବ ଏବଂ ଏକଜିଟ ପୋଲ ଫଳାଫଳ ସଂଧ୍ୟା ୬ଟାରେ ଆସିବା ଆରମ୍ଭ ହେବ। ଗୋଟିଏ ପର୍ଯ୍ୟାୟରେ ହରିୟାଣାର ସମସ୍ତ ୯୦ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେଉଛି। ଏଥି ସହିତ ଜମ୍ମୁ କଶ୍ମୀରରେ ତିନିଟି ପର୍ଯ୍ୟାୟରେ ମତଦାନ ଅକ୍ଟୋବର ୧ରେ ଶେଷ ହୋଇଯାଇଛି। ତେବେ ଆଜି ରାତି ୮ଟା ସୁଦ୍ଧା ଭୋଟ ବାହୁଡା ମତ ପ୍ରକାଶ ପାଇବ। କିନ୍ତୁ ଏହାପୂର୍ବରୁ, ଆସନ୍ତୁ ଜାଣିବା ଗତ ବିଧାନସଭା ନିର୍ବାଚନରେ ହରିୟାଣା ଓ ଜମ୍ମୁର ରେଜଲ୍ଟ କ’ଣ ଥିଲା।

୨୦୧୯ ଭଳି, ଯଦି ଏଗଜିଟ ପୋଲ ଫଳାଫଳ ମଧ୍ୟ ଏଥର ଆସେ, ତେବେ ଏହା ଭାଜପା ପାଇଁ ଲାଭ ଦେଇପାରେ। କାରଣ, ୨୦୧୪ରେ ମନୋହର ଲାଲ ଖଟ୍ଟରଙ୍କ ସରକାର ଗଠନ ପରେ ମଧ୍ୟ ଭାଜପା କୌଣସି ପ୍ରକାରେ ୨୦୧୯ରେ ଜେଜେପି ସହାୟତାରେ ସରକାର ଗଠନ କରିଥିଲା। ୨୦୧୯ରେ ଏକଜିଟ ସର୍ଭେରେ କଂଗ୍ରେସକୁ କ୍ଷମତାକୁ ଫେରିବାର ସମ୍ଭାବନା ଅଧିକ ଥିଲା, କିନ୍ତୁ ଯେତେବେଳେ ଫଳାଫଳ ଆସିଲା, ଜେଜେପି ସହିତ ଭାଜପା ୯୦ ସିଟ ବିଶିଷ୍ଟ ହରିୟାଣା ବିଧାନସଭାରେ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା।

ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ର ଫଳାଫଳ ୨୦୧୪ଭଳି ହେବାକୁ ଯାଉଛି କି? ୨୦୧୪ ନିର୍ବାଚନରେ ୭୬.୫୪ ପ୍ରତିଶତ ଲୋକ ଭୋଟ ଦେଇଥିଲେ। ହେଲେ ଚାରି ଦିନ ପରେ ଯେତେବେଳେ ଫଳାଫଳ ପ୍ରକାଶ ପାଇଲା, ଭାଜପା ୪୭ଟି ସିଟ ସହିତ ଜିତିଥିଲା। ଅଧିକାଂଶ ଏକଜିଟ ପୋଲରେ ଭାଜପା ସ୍ପଷ୍ଟ ବିଜୟ ହେବ ବୋଲି ପୂର୍ବାନୁମାନ କରାଯାଇଥିଲା। କାରଣ, ୨୦୧୪ରେ ମୋଦୀ ଲହର ସାରା ଦେଶରେ ଥିଲା। ପ୍ରାୟ ସମସ୍ତ ନ୍ୟୁଜ ଚ୍ୟାନେଲ ଏବଂ ସର୍ଭେ ଏଜେନ୍ସି ଭାଜପାର ବିଜୟ ଦାବି କରିଥିଲେ। ଇଣ୍ଡିଆ ଟିଭି-ସି ଭୋଟର୍‌, ଏବିପି ନ୍ୟୁଜ, ଚାଣକ୍ୟ ଓ ଟାଇମ୍ସ ନ୍ୟୁଜ ଓ ନ୍ୟୁଜ ୨୪ ଭାଜପାର ବିଜୟ ଦାବି କରିଥିଲେ।

୨୦୧୯ର ଏକଜିଟ ପୋଲରେ ମଧ୍ୟ ଭାଜପା ଓ କଂଗ୍ରେସ ମଧ୍ୟରେ ତୀବ୍ର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ଏହି ନିର୍ବାଚନ ପରି, ଗତ ନିର୍ବାଚନରେ ମଧ୍ୟ କଂଗ୍ରେସର ନିର୍ବାଚନ ପ୍ରଚାରର ସମ୍ପୂର୍ଣ୍ଣ ଦାୟିତ୍ୱ ଭୁପେନ୍ଦ୍ର ସିଂ ହୁଡ୍ଡାଙ୍କ କାନ୍ଧରେ ଥିଲା। କଂଗ୍ରେସର ଅତି ନିକଟତର ହୋଇ ମଧ୍ୟ ହୁଡା କ୍ଷମତା ହାସଲ କରିପାରି ନ ଥିଲେ। ୪୦ଟି ଆସନ ଜିତି ଭାଜପା ସରକାର କରିଥିଲା। ଏକଜିଟ ପୋଲରେ ଭାଜପା ୫୧ରୁ ୭୮ଟି ଆସନ ଜିତିବ ବୋଲି ଆକଳନ କରାଯାଇଥିଲା। କିନ୍ତୁ, ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରି ନଥିଲା ଏବଂ ଜେଜେପି ସହ ମିଳିତ ଭାବରେ ସରକାର ଗଠନ କରିବାକୁ ପଡିଲା।

ଜନନାୟକ ଜନତା ପାର୍ଟି ଏବଂ ୭ଜଣ ସ୍ବାଧୀନ ବିଧାୟକଙ୍କ ସହ ମିଶି ଭାଜପା ୨୦୧୯ରେ ସରକାର ଗଠନ କରିଥିଲା। ମନୋହର ଲାଲ ଖଟର ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ଜେଜେପିର ଦୁଶ୍ୟନ୍ତ ଚୌଟେଲା ଡେପୁଟି ସିଏମ ଭାବରେ ଶପଥ ଗ୍ରହଣ କରିଥିଲେ। ଏବିପି ନ୍ୟୁଜ-ସିଭୋଟର୍‌ ୭୮ଟି ସିଟ ପୂର୍ବାନୁମାନ କରିଥିଲା, ରିପବ୍ଲିକ-ଜନ କି ବାତ ୫୮ରୁ ୭୦ସିଟ ମଧ୍ୟରେ ପୂର୍ବାନୁମାନ କରିଥିଲା।

୨୦୨୪ରେ ହରିୟାଣା, ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନକୁ ନେଇ ଲୋକଙ୍କ ମଧ୍ୟରେ ବିଶେଷ ଆଗ୍ରହ ରଖିଛନ୍ତି। କାରଣ, ୨୦୧୯ରେ ଧାରା ୩୭୦ ହଟାଯିବା ପରେ ପ୍ରଥମ ଥର ପାଇଁ ଜମ୍ମୁ କଶ୍ମୀରରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଦେଶର ଲୋକମାନେ ଦେଖିବାକୁ ଚାହାଁନ୍ତି ଯେ ୩୭୦ ହଟିବା ପରେ ଜମ୍ମୁ ଏବଂ ଲଦାଖର ଲୋକମାନେ କାହାକୁ ସମର୍ଥନ କରୁଛନ୍ତି। କଂଗ୍ରେସ ସହିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଫାରୁକ ଅବଦୁଲ୍ଲାଙ୍କ ଦଳ ଜାତୀୟ କନଫରେନ୍ସ କିମ୍ବା ମେହବୁବା ମୁଫତିଙ୍କ ଦଳ ପିଡିପି କିମ୍ବା ଭାଜପା କ୍ଷମତାକୁ ଫେରିବ କି?

Share