Categories: ଜାତୀୟ

ରାଜ୍ୟ ସରକାର କୃଷକଙ୍କୁ ଦେବେ ବୋନସ, ଏହି ତାରିଖ ପୂର୍ବରୁ କରିନିଅନ୍ତୁ ରେଜିଷ୍ଟ୍ରେଶନ

ନୂଆଦିଲ୍ଲୀ,୮।୮: କେନ୍ଦ୍ର ଓ ରାଜ୍ୟ ସରକାର କୃଷକଙ୍କୁ ଆରାମ ଯୋଗାଇବା ପାଇଁ ନିଜସ୍ବ ଉପାୟରେ ପଦକ୍ଷେପ ନିଅନ୍ତି। କମ ବର୍ଷା ହେତୁ ହରିୟାଣା ସରକାର ଚାଷୀଙ୍କୁ ଏକର ପିଛା ୨,୦୦୦ଟଙ୍କା ବୋନସ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସମସ୍ତ ଖରିଫ ଫସଲ ଉପରେ ଏହି ବୋନସ ଦିଆଯିବ। କୃଷକମାନଙ୍କୁ ୧୫ ଅଗଷ୍ଟ ସୁଦ୍ଧା ‘ମେରୀ ଫସଲ, ମେରା ବୌରା’ ପୋର୍ଟାଲରେ ପଞ୍ଜିକରଣ କରିବାକୁ ପଡିବ। ଏହା ବ୍ୟତୀତ କେନାଲ ଜଳ ଜଳସେଚନ ଶୁଳ୍କରୁ ବକେୟା ଅର୍ଥ ଛାଡ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ରାଜ୍ୟରେ କମ ବୃଷ୍ଟିପାତକୁ ଦୃଷ୍ଟିରେ ରଖି ଖରିଫ ଫସଲ ପାଇଁ ଚାଷୀଙ୍କୁ ଏକର ପିଛା ୨୦୦୦ଟଙ୍କା ବୋନସ ପ୍ରଦାନ ପ୍ରସ୍ତାବକୁ ହରିୟାଣା ସରକାର ଆଜି ଅନୁମୋଦନ କରିଛନ୍ତି। ରାଜ୍ୟ ସିଏମ ନାୟବ ସିଂ ସଇନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସେ କହିଛନ୍ତି ଯେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ମେ, ଜୁନ ଏବଂ ଜୁଲାଇରେ ରାଜ୍ୟରେ କମ ବର୍ଷା ହୋଇଛି। କମ ବର୍ଷା ହେତୁ ଚାଷୀଙ୍କୁ ଫସଲ ପାଇଁ ଅଧିକ ଖର୍ଚ୍ଚ ବହନ କରିବାକୁ ପଡିବ ।

Share