Categories: ଜାତୀୟ

ମୋବାଇଲ ଇଣ୍ଟରନେଟ ସେବା ବନ୍ଦ କରିବାର ସମୟସୀମା ବଢ଼ାଇଲେ ହରିୟାଣା ସରକାର

ଚଣ୍ଡିଗଡ଼,୩୧ା୧- ହରିୟାଣା ସରକାର ରବିବାର ୧୪ ଜିଲାରେ ମୋବାଇଲ ଇଣ୍ଟରନେଟ ସେବାକୁ ବନ୍ଦ କରିବା ଅବଦ୍ଧିକୁ ବଢ଼ାଇ ଦେଇଛନ୍ତି। ସୋମବାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। ରାଜ୍ୟର ଜନସାଧାରଣଙ୍କ ଶାନ୍ତି ବଜାୟ ରଖିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ବିବୃତି ଅନୁଯାୟୀ, ସମସ୍ତ ପ୍ରକାର ୨ଜି/ ୩ଜି/ ୪ଜି /ସିଡିଏମ୍‌ଏ/ଜିପିଆରଏସ୍‌ ସେବା ବନ୍ଦ କରିଦିଆଯାଇଛି। ଇଣ୍ଟରନେଟ୍‌ ସେବା ବାତିଲ କରାଯାଇଥିବା ୧୪ ଜିଲାରେ ଲୋକେ ଫୋନରେ କଥା ହୋଇପାରିବେ।

ଉଲ୍ଲେକଯୋଗ୍ୟ, ସୀମାରେ ଚାଲିଥିବା ଆନ୍ଦୋଳନରେ କୃଷକଙ୍କ ସଂଖ୍ୟା ଧିରେ ଧିରେ ବଢ଼ୁଥିବାରୁ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ରୋକିବା ପାଇଁ ସରକାର ଇଣ୍ଟରନେଟ୍‌ ସେବା ବନ୍ଦ କରିଛନ୍ତି।

Share