Categories: ଜାତୀୟ

କ୍ୟାନସର ଓ ଥାଲାସେମିଆ ରୋଗୀଙ୍କୁ ମିଳିବ ମାସିକ ଅଢେଇ ହଜାରା ଟଙ୍କା ପେନସନ

ଅମ୍ବାଲା,୧୦ ।୫: ହରିୟାଣାର ଅମ୍ବାଲାରେ କ୍ୟାନସର ରୋଗୀଙ୍କ ପାଇଁ ଛାବନି ନାଗରିକ ହସ୍ପିଟାଲରେ ନିର୍ମିତ ଅଟଳ କ୍ୟାନସର କେୟାର ସେଣ୍ଟର ଜନତାଙ୍କୁ ସମର୍ପିତ କରାଯାଇଛି । ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ରାଜ୍ୟସଭା ଏମପି ଜେପି ନଡ୍ଡା ସୋମବାର ୭୨.୧୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଏହି ହସ୍ପିଟାଲର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଓ ଗୃହମନ୍ତ୍ରୀ ଅନିଲ ବିଜ ଉଦଘାଟନ ପରେ ହସ୍ପିଟାଲର ନିରିକ୍ଷଣ କରିଛନ୍ତି ।
ଏହି ଅବସରରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର କହିଥିଲେ କ୍ୟାନସର ରୋଗରେ ଏମିତି ଏକ ଷ୍ଟେଜ ଆସିଥାଏ ଯେତେବେଳେ ଜଣେ ରୋଗୀ ଚାଲିବା ବୁଲିବାର କ୍ଷମତା ହରାଇଥାଏ ଡାକ୍ତର ଏହାକୁ ଷ୍ଟେଜ ୩ ବା ୪ କହିଥାଆନ୍ତି । ଏଭଳି ରୋଗୀଙ୍କୁ ଏବେ ସରକାର ମାସକୁ ୨,୫୦୦ଟଙ୍କା ପେନସନ ଦେବାକୁ ଘୋଷଣା କରୁଛନ୍ତି । ଓଲଡ ଏଜ ପେନସନ ଭାବେ ଏହା ଦିଆଯିବ । ସେହିଭଳି ଗରିବ ପରିବାରର ଥାଲାସେମିଆ ରୋଗୀଙ୍କୁ ବି ମାସିକ ୨,୫୦୦ଟଙ୍କା ପେନସନ ଦେବାର ବ୍ୟବସ୍ଥା କରାଯାଇଛି । ଏହାସହ ହିମୋଫିଲିୟା ରୋଗୀଙ୍କୁ ବି ୨,୫୦୦ଟଙ୍କା ପେନସନ ଦେବାକୁ ହରିୟାଣା ସରକାର ଘୋଷଣା କରିଛନ୍ତି ।

Share