Categories: ଜାତୀୟ

ହରିୟାଣା ସରକାରଙ୍କ ନୂଆ ନିୟମ, ଏବେ ମହିଳାଙ୍କ ଛାତି ମାପିବେ ସରକାର: କଂଗ୍ରେସ

ଚଣ୍ଡିଗଡ଼,୮।୭: ରାଜ୍ୟ ସଭା ଏମପି ତଥା କଂଗ୍ରେସର ବରିଷ୍ଠ ନେତା ରଣଦୀପ ସୁରଜଓ୍ବୋଲା ପୁଣିଥରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଟାର୍ଗେଟ କରିଛନ୍ତି। ଫରେଷ୍ଟ ରେଞ୍ଜର ଓ ଡେପୁଟି ଫରେଷ୍ଟ ରେଞ୍ଜର ପୋଷ୍ଟ ପାଇଁ ମହିଳା/ଯୁବତୀଙ୍କ ଛାତି ମାପିବାକୁ ନେଇ ସୁରଜଓ୍ବୋଲା ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କୁ ଘେରିଛନ୍ତି।ସୁରଜେୱାଲା ଟୁଇଟ କରି ଖଟ୍ଟର ସରକାରଙ୍କ ନୂଆ ‘ତୋଗଲକି’ ଆଦେଶ ଉପରେ ଲେଖିଛନ୍ତି, ବର୍ତ୍ତମାନ ହରିୟାଣାର ଝିଅମାନଙ୍କୁ ଫରେଷ୍ଟ ରେଞ୍ଜର ଏବଂ ଡେପୁଟି ଫରେଷ୍ଟ ରେଞ୍ଜର ନିଯୁକ୍ତି ପାଇଁ ଛାତି ମାପ କରାଯିବ।
ସେ ତାଙ୍କ ଟୁଇଟରେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଜୁଲାଇ ୭, ୨୦୨୩ରେ ଉଚିତ ବିଜ୍ଞପ୍ତି ଜାରି କରାଯାଇଛି ଯେ ଏହି ପଦବୀ ପାଇଁ ପ୍ରାର୍ଥୀ ଯୁବତୀ/ମହିଳାଙ୍କ ଅନଏକ୍ସପାଣ୍ଡେଡ ଚେଷ୍ଟ ୭୪ ସେମି ଏବଂ ଏକ୍ସପାଣ୍ଡେଡ ଚେଷ୍ଟ ୭୯ ସେମି ହେବା ଉଚିତ। ଖଟ୍ଟର-ଦୁଶ୍ୟନ୍ତ ଚୌଟାଲା ଜାଣନ୍ତି ନାହିଁ ଯେ ହରିୟାଣାରେ ମହିଳା ପୋଲିସ କନଷ୍ଟେବଳ ଏବଂ ମହିଳା ଏସଆଇ ପୋଲିସ ନିଯୁକ୍ତିରେ ମଧ୍ୟ ଯୁବତୀଙ୍କ ଛାତି ମାପ କରାଯାଏ ନାହିଁ।

Share