ଚଣ୍ଡିଗଡ଼,୧୨।୯ : ଗତ ସାଢ଼େ ୯ ବର୍ଷ ଧରି ହରିୟାଣାରେ କଂଗ୍ରେସ ସଂଗଠନକୁ ପୁନଃ ନିର୍ମାଣ କରିବା ପାଇଁ କେନ୍ଦ୍ରୀୟ ନେତୃତ୍ୱଙ୍କ ଦ୍ୱାରା ଉଦ୍ୟମ କରାଯାଉଛି। ନିକଟରେ ଦଳର ଦଳର ଦାୟିତ୍ୱରେ ଥିବା ଦୀପକ ବାବରିଆ ସଂଗଠନ ଗଠନ ପାଇଁ ଜିଲାସ୍ତରର ଦାୟିତ୍ୱରେ ଅଛନ୍ତି। ତାଙ୍କ ରିପୋର୍ଟ ଆଧାରରେ ହାଇକମାଣ୍ଡ ଦଳର ଜିଲା ସଭାପତିଙ୍କ ନାମ ଅନୁମୋଦନ କରିବେ। ହରିୟାଣା କଂଗ୍ରେସ ସୂତ୍ର ଅନୁଯାୟୀ ରାଜ୍ୟରେ କଂଗ୍ରେସ ସଂଗଠନର ଗଠନ ଚଳିତ ମାସ ଶେଷ ସୁଦ୍ଧା ପ୍ରସ୍ତୁତ ହେବ। ପ୍ରତ୍ୟେକ ଜିଲାରେ କଂଗ୍ରେସର ଜିଲା ସଭାପତି ନିଯୁକ୍ତ ହେବେ।
ଗତ କିଛି ବର୍ଷ ଧରି କଂଗ୍ରେସ ସଂଗଠନ ଆଭ୍ୟନ୍ତରୀଣ ଗୋଷ୍ଠୀ ଗଠନ ଏବଂ ବିବାଦ କାରଣରୁ ହରିୟାଣାରେ ଅଣ୍ଟା ସଳଖି ଠିଆ ହୋଇପାରି ନାହିଁ। ହରିୟାଣା କଂଗ୍ରେସରେ ଚାଲିଥିବା ଆଭ୍ୟନ୍ତରୀଣ କଳହ ନେଇ କଂଗ୍ରେସ ମହାସଚିବ ତାରିକ ଅନୱାର କହିଛନ୍ତି ଗଣତାନ୍ତ୍ରିକ ଦଳରେ ଏଭଳି ମତଭେଦ ଘଟିବା ସ୍ବାଭାବିକ। କିନ୍ତୁ ଯେତେବେଳେ ନିର୍ବାଚନ ଆସିବ ଆମେ ମିଳିତ ଭାବେ ଲଢ଼ିବୁ। ଜିଲା ସ୍ତରରେ କଂଗ୍ରେସ ସଭାପତି ନିଯୁକ୍ତି ପ୍ରକ୍ରିୟା ଖୁବ ଶୀଘ୍ର ଶେଷ ହେବ। ଆମେ ବୁଥ ସ୍ତର ପର୍ଯ୍ୟନ୍ତ କଂଗ୍ରେସ ସଂଗଠନ ଗଠନ କରିବୁ। ଏଥିପାଇଁ କଂଗ୍ରେସ ଦାୟିତ୍ୱରେ ଥିବା ତଥା ରାଜ୍ୟ ସଭାପତି ପରିସ୍ଥିତି ଉପରେ ନଜର ରଖିଛନ୍ତି।
ଦଳରେ କାହା ବିରୋଧରେ ମତାମତ ଦେବାର ଅର୍ଥ ନୁହେଁ ଯେ ମତଭେଦ ଅଛି। ଆମ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଆମର ଏକ ସମନ୍ବୟ କମିଟି ରହିଛି। ନିବର୍’ାଚନରେ ସମନ୍ବୟ କମିଟି ରଣନୀତି ପ୍ରସ୍ତୁତ କରିବ। ରାଜ୍ୟରେ କଂଗ୍ରେସକୁ ଏକଜୁଟ କରାଯିବ ବୋଲି ସେ କହିଛନ୍ତି।