Categories: ଜାତୀୟ

ନୁହ ହିଂସାକୁ ନେଇ ଅନିଲ ବିଜ୍‌ଙ୍କ ବଡ ବୟାନ, କହିଲେ ଅଭିଯୁକ୍ତଙ୍କ ମଧ୍ୟରେ କଂଗ୍ରେସ କର୍ମୀ ସାମିଲ

ଚଣ୍ଡିଗଡ,୨୯।୮: ନୁହ ହିଂସାକୁ ନେଇ ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ୍‌ ଏକ ବଡ଼ ବୟାନ ଦେଇଛନ୍ତି। ବିଜ୍‌ କହିଛନ୍ତି ଯେ ଏହି ମାମଲାରେ ଧରାପଡିଥିବା ଲୋକଙ୍କୁ ପଚରାଉଚରା ବେଳେ ସାମ୍ନାକୁ ଆସିଛି ଯେ , ଏ ସବୁ କଂଗ୍ରେସ ଦ୍ୱାରା କରାଯାଇଛି। କଂଗ୍ରେସ ବିଧାୟକ ମାମନ ଖାନଙ୍କ ବିଷୟରେ ବିଜ୍‌ କହିଛନ୍ତି ଯେ, ତାଙ୍କୁ ୩୦ତାରିଖ ଦିନ ପଚରାଉଚରା ପାଇଁ ଡକାଯାଇଛି।

ଅନିଲ ବିଜ୍‌ ମଙ୍ଗଳବାର କହିଛନ୍ତି , ଏହି ମାମଲାରେ ଅଧିକ ଲୋକ ଧରାପଡିଛନ୍ତି, ସେମାନଙ୍କର କଂଗ୍ରେସ ସହ ମଧ୍ୟ ସମ୍ପର୍କ ରହିଛି, ଯେଉଁମାନେ ଭଙ୍ଗାରୁଜା କରିଛନ୍ତି ସେମାନେ ହେଉଛନ୍ତି କଂଗ୍ରେସ କର୍ମୀ। କଂଗ୍ରେସ ବିଧାୟକ ମାମନ ଖାନ ୨୮, ୨୯, ୩୦ରେ ସେଠାକୁ ଯାଇଥିଲେ। ଅର୍ଥାତ୍‌ ମାମନ ଖାନ ଯୁଆଡେ ଯୁଆଡେ ଯାଇଥିଲେସେଠାରେ ହିଂସା ହୋଇଥିଲା। ମାମନ ସେଠାରେ ଥିବା ଲୋକଙ୍କ ସହିତ ଲାଇଭ ଯୋଗାଯୋଗରେ ରହିଥିଲେ। ଏହା ବ୍ୟତୀତ ଅନେକ ଜିନିଷ ବର୍ତ୍ତମାନ ସାମ୍ନାକୁ ଆସୁଛି।

Share