Categories: ଜାତୀୟ

ପ୍ରି-ପ୍ଲାନ ଥିଲା ନୁହ ହିଂସା: ଅନିଲ ବିଜ

ଗୁରୁଗ୍ରାମ,୫।୮: ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ ଶୁକ୍ରବାର କହିଛନ୍ତି ଯେ ନୁହ ହିଂସା ସଂପର୍କରେ ଏପର୍ଯ୍ୟନ୍ତ ୧୦୨ ଏଫଆଇଆର ପଞ୍ଜୀକୃତ ହୋଇଛି, ଯେଉଁଥିରୁ ଅର୍ଦ୍ଧେକରୁ ଅଧିକ କେବଳ ନୁହରେ ଅଛନ୍ତି । ଏପର୍ଯ୍ୟନ୍ତ ୨୦୨ଜଣଙ୍କୁ ଗିରଫ କରାଯାଇଛି ଏବଂ ୮୦ଜଣଙ୍କୁ ଅଟକ ରଖାଯାଇଛି। ଯେଉଁମାନେ ସୋସିଆଲ ମିଡିଆରେ ଉତ୍ତେଜନାମୂଳକ ପୋଷ୍ଟ କରିଥିଲେ ସେମାନଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁଭଳି ଭାବରେ ଗୁଳିଗୁଡ଼ିକ ଉଚ୍ଚସ୍ଥାନରୁ ଚଳା ଯାଇଥିଲା ଏବଂ ବିଲ୍ଡିଂଗୁଡ଼ିକର ଛାତ ଉପରେ ପଥର ଗଦା ହୋଇଥିଲା ତାହା ଦର୍ଶାଇଲା ଯେ, ନୁହ ହିଂସା ପୂର୍ବରୁ ଯୋଜନା କରାଯାଇଥିଲା ବା ପ୍ରି-ପ୍ଲାନ ଥିଲା। ଶନିବାର ୭ଟି ଏଫଆଇଆର୍‌ ପଞ୍ଜିକୃତ ହୋଇଛି। ଉସକାଇବା ଭଳି ପୋଷ୍ଟଗୁଡିକର ୨୩୦୦ ଭିଡିଓର ଅନୁସନ୍ଧାନ ଚାଲିଛ। ନୁହର ସାଇବର ପୋଲିସ ଷ୍ଟେଶନ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ସେ କହିଛନ୍ତି ଯେ ଆମେ ଏହି ଘଟଣାକୁ ଗୁରୁତର ସହ ନେଇଛୁ। କିଏ ପୋଲିସ ଷ୍ଟେଶନ ଉପରେ ଆକ୍ରମଣ କରିଥିଲା ଏବଂ କେଉଁ ଦଲିଲକୁ ନଷ୍ଟ କରିବାକୁ ଚାହୁଁଥିଲା ସେନେଇ ତଦନ୍ତ ଚାଲିଛି।

Share