Categories: ଜାତୀୟ

ନୁହରେ ପୁଣି ଇଣ୍ଟରନେଟ୍‌ ସେବା ବନ୍ଦ

ଚଣ୍ଡିଗଡ଼,୨୬।୮: ହରିୟାଣାର ନୁହରେ ପୁଣି ଦୁଇ ଦିନ ବନ୍ଦ ରହିବ ଇଣ୍ଟରନେଟ ସେବା। ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଏହି ସେବା ବନ୍ଦ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବିଶ୍ୱ ହିନ୍ଦୁ ପରିଷଦ ବ୍ରିଜ ମଣ୍ଡଳର ଜଳାଭିଷେକ ଯାତ୍ରାକୁ ନେଇ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।
ବିଶ୍ୱ ହିନ୍ଦୁ ପରିଷଦ ଜଳାଭିଷେକ ଯାତ୍ରା ଅଗଷ୍ଟ ୧୩ରେ କରିବା ନେଇ ପ୍ରଶାସନକୁ ଜଣାଇଥିଲା । କିନ୍ତୁ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଅନୁମତି ମିଳି ନ ଥିଲା। ଏନେଇ ଜିଲା ଡେପୁଟି କମିଶନର ରାଜ୍ୟ ଗୃହ ବିଭାଗକୁ ଚିଠି ଲେଖି ଅନୁମତି ଦେଇଥିଲେ।
ସୂଚନାଯୋଗ୍ୟ, ଜୁଲାଇ ୩୧ରେ ନୁହରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟି ୬ଜଣଙ୍କ ମୃତ୍ୟୁ ଘଟିଥିଲା। ଏପରିକି ହିଂସାକାଣ୍ଡ ଅନ୍ୟ ଅଞ୍ଚଳ ସମେତ ପାଖ ରାଜ୍ୟକୁ ମଧ୍ୟ ବ୍ୟାପିଥିଲା। ମାମଲା ମଧ୍ୟ ସୁପ୍ରିମକୋର୍ଟରେ ପହଞ୍ଚିଥିଲା।

Share