Categories: ଜାତୀୟ

ମଣିପୁର ପରେ ଜଳୁଛି ହରିୟାଣା: ଦଙ୍ଗା ନେଇ ପୋଲିସ ପାଖରେ ପୂର୍ବରୁ ଥିଲା ସୂଚନା!

ଚଣ୍ଡୀଗଡ,୧।୮: କୁହାଯାଏ ସାମ୍ପ୍ରଦାୟିକ ହିଂସାରେ ମଣିଷ ନିଜେ ହିଁ ମାନବ ବୋମାରେ ପରିଣତ ହୋଇଥାଏ। ମଣିପୁରରେ ୩ମାସରୁ ଉଦ୍ଧ ଦିନ ଧରି ସାମ୍ପ୍ରଦାୟିକ ହିଂସା ଥମି ନ ଥିବା ବେଳେ ହରିୟାଣାରେ ସୋମବାର ଏଭଳି ଘଟଣା ଦେଖିବାକୁ ମିଳିଛି। ଏକ ଧାର୍ମିକ ଶୋଭାଯାତ୍ରା ହିଂସାତ୍ମକ ମୋଡ ନେଇଛି। ନୁହରେ ଆରମ୍ଭ ହୋଇଥିବା ସାମ୍ପ୍ରଦାୟିକ ହିଂସା ବର୍ତ୍ତମାନ ରାଜ୍ୟର ଚାରିଟି ଜିଲାକୁ ବ୍ୟାପିଛି। ନୁହ ଆଖପାଖରେ ଥିବା ଅନେକ ଜିଲାରେ ପ୍ରଶାସନ ୧୪୪ ଧାରା ଜାରି କରିଛି। ହିଂସାକୁ ଆୟତ୍ତ କରିବା ପାଇଁ ଭାରୀ ସୁରକ୍ଷା ବଳ ମୁତୟନ କରାଯାଇଛି।

ତେବେ ଏହି ସାମ୍ପ୍ରଦାୟିକ ହିଂସା ନୁହରେ ପ୍ରଥମ ଘଟଣା ନୁହେଁ ନହୁ ପୂର୍ବରୁ ମଧ୍ୟ ଏଠାରେ ସାମ୍ପ୍ରଦାୟିକ ହିଂସା ଦେଖାଯାଇଛି। ନହୁ ହରିୟାଣାର ଅତି ସମ୍ବେଦନଶୀଳ ଜିଲା ଭାବରେ ବିବେଚନା କରାଯାଇଥାଏ। ହରିୟାଣାର ୨୨ଟି ଜିଲ୍ଲା ମଧ୍ୟରୁ ନହୁ ଅନ୍ୟତମ। ୨୦୧୧ ଜନଗଣନା ଅନୁଯାୟୀ ଜନସଂଖ୍ୟା ୧୦.୯ ଲକ୍ଷ ରହିଛି। ନହୁରେ ମେବ ଜାତିର କୃଷକମାନେ ବହୁ ସଂଖ୍ୟାରେ ବସବାସ କରନ୍ତି। ନହୁ ହେଉଛି ହରିୟାଣାର ଏକମାତ୍ର ମୁସଲମାନ ସଂଖ୍ୟାଲଘୁ ଜିଲା। ଜନସଂଖ୍ୟାର ପ୍ରାୟ ୭୯ପ୍ରତିଶତ ମୁସଲମାନ ଅଟନ୍ତି। ହରିୟାଣାର ଏହି ଜିଲା ୪ ଅପ୍ରେଲ ୨୦୦୫ରେ ଗଠନ ହୋଇଥିଲା। ପୂର୍ବରୁ ଏହାର ନାମ ମେବାତ ଥିଲା। ୨୦୧୬ରେ ଏହାର ନାମ ବଦଳାଇ ନହୁ କରାଯାଇଥିଲା।

ତେବେ ଏଠାରେ କହି ରଖୁଛୁ କି, ନହୁ ଇଲାକାକୁ ସବୁଠାରୁ ସମ୍ବେଦନଶୀଳ ସ୍ଥାନ ବୋଲି କୁହାଯାଇଥାଏ। ୩ ବର୍ଷ ଧରି ଧାର୍ମିକ ଯାତ୍ରା ଏଠାରେ ଅନୁଷ୍ଠିତ ହେଉଥିଲା। ତେଣୁ କିଛି ହଂସାତ୍ମକ ଘଟଣା ଘଟିବ ବୋଲି ପୋଲିସ ପୂର୍ବରୁ ଜାଣିଥିଲା। ଏଥିପାଇଁ ନହୁ ପୋଲିସ ଏନେଇ ସତର୍କ ଦୃଷ୍ଟି ରଖିଥିଲା। ସୁରକ୍ଷା ବ୍ୟବସ୍ଥା କଡାକଡି ରଖିଥିଲେ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓ ପାଇଁ ହିଂସା ଉଗ୍ର ରୂପ ନେଇଥିଲା।

Share