Categories: ଖେଳ

ହରିୟାଣା, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ବିଜୟୀ

ରାଉରକେଲା ଅଫିସ,୧୧ା୫: ରାଉରକେଲା ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଚାଲିଥିବା ୧୩ତମ ଜାତୀୟ ସବ୍‌ ଜୁନିୟର ମହିଳା ହକି ଚାମ୍ପିୟନଶିପ୍‌ର ସପ୍ତମ ଦିନରେ ବୁଧବାର ହରିୟାଣା, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ବିଜୟୀ ହୋଇଛି। ପ୍ରଥମ ମ୍ୟାଚରେ ହରିୟାଣା ୧୯-୦ ଗୋଲରେ ତାମିଲନାଡୁକୁ ପରାସ୍ତ କରିଥିଲା। ହରିୟାନା ଦଳ ପ୍ରଥମେ ଶଶି ଖାସା ଖେଳର ୩,୫, ୧୩,୫୮, ୬୦ ମିନିଟ୍‌ରେ ସର୍ବାଧିକ ୬ଟି ଗୋଲମାରି ଦଳକୁ ଆଗୁଆ ରଖିଥିଲେ। ସେହିପରି ଦଳର ଅଧିନାୟିକା ପୂଜା ୬, ୧୩ ମିନିଟ୍‌ରେ ୨ଟି ଓ ରବିନା ୧୧,୪୮,୫୯ ମିନିଟରେ ୩ଟି ଓ ସୀମା ୧୫,୨୧ ମିନିଟରେ ୨ଟି ଗୋଲ କରିଥିଲେ। ଦ୍ୱିତୀୟ ମ୍ୟାଚରେ ଝାରଖଣ୍ଡ ୧୮-୦ ଗୋଲରେ ବେଙ୍ଗଲକୁ ପରାସ୍ତ କରିଛି। ବେଙ୍ଗଲ ଦଳର ଫରଓ୍ବାର୍ଡ ଖେଳାଳୀ ସ୍ବିଟି ଡୁଙ୍ଗଡୁଙ୍ଗ ଦଳ ପକ୍ଷରୁ ସର୍ବାଧିକ ୭ଟି ଗୋଲ ମାରିଥିଲେ। ରଜନୀ କେରକେଟ୍ଟା ପାର୍ବତୀ ଟୋପ୍ନୋ ଓ ଶିବାନୀ କୁମାରୀ ଗୋଟିଏ ଲେଖାଏ ଗୋଲ ଦେଇଥିବା ବେଳେ ଜମୁନା କୁମାରୀ ୩ଟି ଓ ରଶ୍ମି ଆଇଣ୍ଡ ଓ ଅଙ୍କିତା ମିଞ୍ଜ ୨ଟି ଲେଖାଏ ଗୋଲ ଦେଇଥିଲେ। ତୃତୀୟ ମ୍ୟାଚ ଉତ୍ତର ପ୍ରଦେଶ ୩-୦ ଗୋଲରେ ଛତିଶଗଡ଼କୁ ପରାସ୍ତ କରିଛି। ଉତ୍ତର ପ୍ରଦେଶ ଦଳ ପକ୍ଷରୁ ପ୍ରଥମେ ଲକି କୁମାରୀ ୧୩ ମିନିଟରେ ଗୋଟିଏ ଗୋଲ ଓ ରଶ୍ମି ପଟେଲ ୨୩ ମିନିଟରେ ଗୋଟିଏ ଗୋଲ ଦେଇଥିଲେ। ୫୦ତମ ମିନିଟରେ ମଧୁ ଅନ୍ତିମ ଗୋଲ ସ୍କୋର କରିଥିଲେ।

 

Share