Categories: ଜାତୀୟ

ଏଚ୍‌ଆଇଭି ପଜିଟିଭ ସତ୍ତ୍ୱେ ବିବାହ କଲେ ଯୁବକ: ସ୍ତ୍ରୀ ଆକ୍ରାନ୍ତ ହେବାରୁ ନେଲେ ଏଭଳି ପଦକ୍ଷେପ

ଚଣ୍ଡିଗଡ଼, ୧।୯: ହରିୟାଣାର ଜିନ୍ଦର ଜଣେ ଯୁବକ ଏଚ୍‌ଆଇଭି ସଂକ୍ରମିତ ହୋଇଥିଲେ। ଏହାକୁ ଲୁଚାଇ ସେ ବିବାହ କଲେ। ପରେ ତାଙ୍କ ସ୍ତ୍ରୀ ମଧ୍ୟ ଏଥିରେ ସଂକ୍ରମିତ ହେଲେ। ଏହା ଜଣାପଡ଼ିବା ପରେ ପୀଡିତା ସ୍ତ୍ରୀ ମହିଳା ପୋଲିସ ଷ୍ଟେଶନରେ ସ୍ବାମୀଙ୍କ ସହ ଶାଶୁ ଘରର ୪ ଜଣଙ୍କ ନାମରେ ଯତୁକ ଜନିତ ନିର୍ଯାତନା ସମେତ ଠକେଇ ଅଭିଯୋଗ ଆଣିଛନ୍ତି।
ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଗତ ବର୍ଷ କେଥଲ ନିବାସୀ ଯୁବକଙ୍କ ସହ ତାଙ୍କର ବିବାହ ହୋଇଥିଲା। ଏହାପରଠାରୁ ଶାଶୂଘର ଲୋକେ ତାଙ୍କୁ ଯୌତୁକ ଜନିତ ନିର୍ଯାତନା ଦେଇ ଆସୁଥିଲେ। ଏହାମଧ୍ୟରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଖରାପ ହେବାକୁ ଲାଗିଲା। ପରୀକ୍ଷା ପରେ ପରେ ସେ ଏଚ୍‌ଆଇଭି ସଂକ୍ରମିତ ଥିବା ଜଣାପଡ଼ିଲା। ତେବେ ବିବାହ ପୂର୍ବରୁ ତାଙ୍କ ସ୍ବାମୀ ଏଚ୍‌ଆଇଭି ସଂକ୍ରମିତ ଥିଲେ। ସମାଜର ଭୟ ଦେଖାଇ ଶାଶୂଘର ଲୋକେ ତାଙ୍କୁ ଚୂପ୍‌ ରହିବାକୁ କହିଥିଲେ। ଏଥିପାଇଁ ଧମକ ମଧ୍ୟ ଦେଉଥିଲେ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି।
ମହିଳାଙ୍କ ଅଭିଯୋଗ ପରେ ପୋଲିସ ସ୍ବାମୀଙ୍କ ସମେତ ପରିବାରର ୪ ଜଣଙ୍କ ନାମରେ ଥାନାରେରେ ମାମଲା ରୁଜୁ କରିଛି। ଏ ନେଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଶିଲା ଦେବୀ କହିଛନ୍ତି।

Share