Posted inଜାତୀୟ

ଆଜି ହରିୟାଣା, କଶ୍ମୀର ନିର୍ବାଚନ ଫଳାଫଳ: ୮ଟାରୁ ଭୋଟ ଗଣତି

ନୂଆଦିଲ୍ଲୀ,୮ା୧୦: ହରିୟାଣା ଏବଂ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଭୋଟ ଗଣତି ମଙ୍ଗଳବାର ଅନୁଷ୍ଠିତ ହୋଇ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବାକୁ ଯାଉଛି। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ ବାଲଟ ଗଣା ସରିବା ପରେ ଇଲେକ୍ଟ୍ରୋନିକ ଭୋଟିଂ ମେଶିନ ଭୋଟ ଗଣନା କରାଯିବ।

୨୦୧୯ରେ ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିବାରୁ ଏହା ଗୁରୁତ୍ୱପୂର୍ଣ୍ଣ। ୯୦ ଆସନ ବିଶିଷ୍ଟ ଜମ୍ମୁ-କଶ୍ମୀର ବିଧାନସଭା ପାଇଁ ୩ ପଯର୍ର୍‌ୟାୟ ସେପ୍ଟେମ୍ବର ୧୮, ୨୫ ଏବଂ ଅକ୍ଟୋବର ୧ରେ ମତଦାନ ହୋଇଥିଲା। ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଏବଂ କଂଗ୍ରେସ ସେଠାରେ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା, ଓମାର ଅବଦୁଲ୍ଲା, ମେହବୁବା ମୁଫ୍‌ତି ପ୍ରମୁଖ ହାଇପ୍ରୋଫାଇଲ ନେତା ନିର୍ବାଚନ ପ୍ରଚାରରେ ସକ୍ରିୟ ଭାବେ ସାମିଲ ହୋଇଥିଲେ। ମୋଟାମୋଟି ମତଦାନ ହାର ୬୩.୮୮ ପ୍ରତିଶତ ଥିଲା।

ଏକ୍‌ଜିଟ ପୋଲ୍‌ ସର୍ଭେ ଅନୁଯାୟୀ, ଜମ୍ମୁ-କଶ୍ମୀରରେ ଝୁଲା ବିଧାନସଭା ହୋଇପାରେ। କଂଗ୍ରେସ-ଏନ୍‌ସି ମେଣ୍ଟକୁ ସର୍ବାଧିକ ୪୩ ଆସନ ମିଳିବାକୁ ଥିବାବେଳେ ଭାଜପା ୨୭, ପିଡିପି ୭ ଏବଂ ଅନ୍ୟାନ୍ୟ ଦଳକୁ ୧୩ ଆସନ ମିଳିବ ବୋଲି ଏଥିରେ ପୂର୍ବାନୁମାନ କରାଯାଇଥିଲା।

୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ପାଇଁ ଅକ୍ଟୋବର ୫ରେ ମତଦାନ ହୋଇଥିଲା। ସେଠାରେ ୧୦ ବର୍ଷ ହେଲା ଭାଜପା କ୍ଷମତାରେ ଥିବାବେଳେ ପୁଣିଥରେ ସରକାର ଗଢ଼ିବା ପାଇଁ ଆଶାବାଦୀ ରହିଛି। ଅନ୍ୟପକ୍ଷରେ ସରକାର ବିରୋଧୀ ହାଓ୍ବା ଏବଂ ରାହୁଲଙ୍କ ଲୋକପ୍ରିୟତାକୁ ପୁଞ୍ଜିକରି କଂଗ୍ରେସ କ୍ଷମତାକୁ ଫେରିବାକୁ ଲକ୍ଷ୍ୟ ରଖିଛି। ଏକ୍‌ଜିଟ୍‌ ପୋଲ୍‌ ସର୍ଭେ ଅନୁଯାୟୀ କଂଗ୍ରେସ ସେଠାରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଥିବାବେଳେ ଭାଜପା ଦ୍ୱିତୀୟ ସ୍ଥାନରେ ରହିବ। ଏହା ବୁଥ୍‌ଫେରନ୍ତା ଭୋଟରଙ୍କ ମତାମତକୁ ନେଇ ଆକଳନ କରାଯାଇଥିବା ବେଳେ ମଙ୍ଗଳବାର ଭୋଟଗଣତି ପରେ ବାସ୍ତବ ଫଳାଫଳ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ଅମିତ ଶାହାଙ୍କ ପୁରୁଣା ଫର୍ମୁଲା ଆଗରେ କଂଗ୍ରେସ ଚିତ୍‌ପଟାଙ୍ଗ୍‌

ଚଣ୍ଡିଗଡ,୮।୧୦: ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଲଗାତାର ତୃତୀୟ ଥର ପାଇଁ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି। ଏହି ଫଳାଫଳ...

ଜମ୍ମୁ-କଶ୍ମୀରରେ ଖାତା ଖୋଲିଲା ଏଏପି: ବାଜିମାରିଲେ ମେହରାଜ

ଶ୍ରୀନଗର,୮।୧୦: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି (ଏଏପି) ନିଜର ଆକାଉଣ୍ଟ ଖୋଲିଛି। ଡୋଡା ବିଧାନସଭା ଠାରୁ ୪୭୭୦ ଭୋଟରେ ଏଏପି ପ୍ରାର୍ଥୀ...

କଟା ଘା’ରେ ଚୂନ ଲଗାଇଲେ ସ୍ବାତୀ ମାଲିୱାଲ: କହିଲେ, ଅହଙ୍କାର ଛାଡନ୍ତୁ କେଜ୍‌ରିଓ୍ବାଲ୍‌

ଚଣ୍ଡିଗଡ,୮।୧୦: ହରିୟାଣା ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର ଅବସ୍ଥା ଖରାପ ରହିଛି। କିଙ୍ଗମେକର ହେବାର ସ୍ବପ୍ନ ସହ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଏଏପି ଦଳ...

କିଏ ହେବେ ଜମ୍ମୁ-କଶ୍ମୀରର ଆଗାମୀ ମୁଖ୍ୟମନ୍ତ୍ରୀ: ଫାରୁକ ଅବଦୁଲ୍ଲାଙ୍କ ବଡ଼ ଘୋଷଣା

ଶ୍ରୀନଗର,୮।୧୦:ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ଫଳଫଳ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ, ଏଠାରେ ନ୍ୟାଶନାଲ କନଫରେନ୍ସ-କଂଗ୍ରେସ ମିଳିତ ଭାବେ ସରକାର ଗଢିବାକୁ...

ଭାଜପା ଗଡ଼ରେ ବାଜି ମାରିନେଲେ ଭିନେଶ, ୧୯ ବର୍ଷ ପରେ ଜିତିଲା କଂଗ୍ରେସ

ଚଣ୍ଡିଗଡ଼,୮।୧୦: ହରିୟାଣା ୨୦୨୪ ବିଧାନସଭା ନିର୍ବାଚନର ମତଗଣନା ମଙ୍ଗଳବାର କରାଯାଉଛି। ରାଜ୍ୟର ଜିନ୍ଦ ଜିଲାର ହଟ୍‌ ସିଟ୍‌ ମଧ୍ୟରେ ରହିଥିବା ଜୁଲାନା ଆସନରୁ କଂଗ୍ରେସ ଟିକେଟରେ...

ଭିନେଶଙ୍କ ଜିତିବା ଉପରେ ଆସିଲା ବ୍ରିଜଭୂଷଣଙ୍କ ପ୍ରଥମ ପ୍ରତିକ୍ରିୟା, କହିଦେଲେ ଏମିତି…

ନୂଆଦିଲ୍ଲୀ,୮।୧୦: କଂଗ୍ରେସ ପ୍ରାର୍ଥୀ ଭିନେଶ ଫୋଗଟ ହରିୟାଣା ବିଧାନସଭା ନିର୍ବାଚନରେ ଜୁଲାନା ଆସନ ଜିତିଛନ୍ତି। ଭିନେଶ ଫୋଗଟଙ୍କ ବିଜୟରେ କେସିଆରଗଞ୍ଜର ପୂର୍ବ ଭାଜପା ଏମ୍‌ପି ବ୍ରିଜଭୂଷଣ...

ପରସ୍ପରକୁ ବିବାହ କଲେ ଭାଇଭଉଣୀ, କାରଣ ଜାଣିବା ପରେ SDMଙ୍କୁ ଅଭିଯୋଗ କଲେ ପଡ଼ୋଶୀ

ଲକ୍ଷ୍ନୌ,୮।୧୦: ଉତ୍ତରପ୍ରଦେଶର ହାଥରସ୍‌ ଜିଲାରୁ ଚମକାଇବା ଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଭାଇଭଉଣୀ ସାମୂହିକ ବିବାହ ଯୋଜନା ଅଧିନରେ ପରସ୍ପରକୁ ବିବାହ କରିନେଇଛନ୍ତି।...

୧୦୦ କିଲୋର ଜଲେବି ଅର୍ଡର କଳା ଭାଜପା

ଚଣ୍ଡିଗଡ଼,୮।୧୦: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳରେ ଟ୍ରେଣ୍ଡରେ ହ୍ୟାଟ୍ରିକ ଦେଖି ଭାଜପା ୧୦୦ କିଲୋଗ୍ରାମ ଜାଲେବି ଅର୍ଡର କରିଥିବା ଜଣାପଡିଛି। ହରିୟାଣାରେ ଏପର୍ଯ୍ୟନ୍ତ ଟ୍ରେଣ୍ଡ ଅନୁଯାୟୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri